FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଗାଧୋଇବାକୁ ଯାଇ ମହାନଦୀରେ ଭାସିଗଲା ୪ ନୀରିହ ଜୀବନ

ଗାଧୋଇବାକୁ ଯାଇ ମହାନଦୀରେ ଭାସିଗଲା ୪ ନୀରିହ ଜୀବନ

ଗାଧୋଇବାକୁ ଯାଇ ମହାନଦୀରେ ଭାସିଗଲା ୪ ନୀରିହ ଜୀବନ
SHARE NOW :

କଟକ(ଲାଇଭ ଓଡିଶା ବ୍ୟୁରୋ):ସାଙ୍ଗ ସାଥିରେ ମୌଜ ମସ୍ଥିରେ ଚାଲିଗଲା ଜୀବନ । ଗାଧୋଇବାକୁ ଯାଇ ଶୂନ୍ୟ ହେଲା ୪ ଜଣ ମା ର କୋଳ । କୋଳି ତୋଳିବାକୁ ଯାଇ ସବୁଦିନ ପାଇଁ ନିଜ ପରିବାରକୁ ଏକା କରି ଚାଲିଗଲା ୪ ନିରୀହ ଜୀବନ । । ମହାନଦୀ କୂଳରେ ଅପେକ୍ଷାରେ ମା ବାପା ଚାହିଣରହିଥିଲେ ନିଜ ପୁଅର ଫେରିବା ବାଟକୁ । ହେଲେ ମହାନଦୀରେ ନିଜର ଶେଷ ନିଶ୍ୱାଷ ତ୍ୟାଗ କରି ମା କୋଳକୁ ଫେରିଲେ । ସୂଚନା ମୁତାବକ ଗତକାଲି ସାଇକେଲରେ ସ୍କୁଲକୁ ଯାଇଥିଲେ ପରେ ଆଉ ଘରକୁ ଫେରିନଥିଲେ ୪ ଜଣ ଛାତ୍ର । ମହାନଦୀରେ ଗାଧେଇବା ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ। ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଦୁଇଟି ସାଇକେଲ ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଖବର ଦେଇଥିଲେ।ଖବର ଦେବା ପରେ ନୂଆବଜାର ପୋତାପୋଖରୀ ଅଞ୍ଚଳର ଦୁଇ ଜଣ ସ୍କୁଲ ଛାତ୍ର ଘରୁ ନଦୀକୁ କୋଳି ତୋଳିବାକୁ ଯାଉଛନ୍ତି ବୋଲି କହି ଆଉ ଘରକୁ ଫେରି ନଥିବା ଜଣାପଡ଼ିଥିଲା। ଏହାପରେ ଘର ଲୋକ ପୋଲିସ୍ ଏବଂ ଅଭ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନି ଖୋଜାଖୋଜି କରିଥିଲା । ସମସ୍ତ ଛାତ୍ର ଅଷ୍ଟମ ଶ୍ରେଣୀର ଓ ବୟସ ୧୩ ରୁ ୧୪ ବର୍ଷର ହୋଇଥିବା ସୁଚନା ମିଳିଛି ।ଘଟଣାସ୍ଥଳରେ କଟକ ଡିସିପି ପ୍ରତୀକ ସିଂହ ପହଁଚି ନଦୀପଠା ମଧ୍ୟକୁ ଏକ ଉଦ୍ଧାରକାରୀ ଦଳକୁ ପଠାଇବା ସହ ଗାନ୍ଧୀ ପଲ୍ଲୀ ବାଲିଗଡ଼ା ପାଖରେ ପଡ଼ିଥିବା ଦୁଇଟି ସାଇକେଲକୁ ଚାଉଳିଆଗଞ୍ଜ ଥାନା ପୋଲିସ ଜବତ କରିଛି। ଆଜି ଅନେକ ଖୋଜା ଖୋଜି ପରେ ୪ ଜଣଙ୍କ ମୃତ ଦେହ ଉଧାର ପୋଲିସ କରିଛି ।

Leave a Reply

Your email address will not be published. Required fields are marked *

Related Posts