FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାଜ୍ୟରେ ୨୪ଘଣ୍ଟାରେ ୪୩୩ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ଘଣ୍ଟାରେ ୪୩୩ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ଘଣ୍ଟାରେ ୪୩୩ସଂକ୍ରମିତ ଚିହ୍ନଟ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) ଗତ କିଛିଦିନ ହେବ କରୋନା ସଂକ୍ରମଣର ପରିସ୍ଥିତିକୁ ନେଇ ସାରା ରାଜ୍ୟରେ ଏକ ଆଶ୍ୱସ୍ଥୀକର ପରିବେଶ ସୃଷ୍ଟି ହୋଇଛି । ତେବେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୫୨ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ, ୧୮୧ଟି ଲୋକାଲ କେସ୍ ରହିଛି । ଏଥି ମଧ୍ୟରୁ ୧୮ବର୍ଷରୁ କମ ବୟସ ମଧ୍ୟରେ ୬୪ଜଣ ଶିଶୁ ରହିଛନ୍ତି ।


ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୭ଜଣ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳ ଜିଲ୍ଲାରୁ ୧ ଜଣ, ବାଲେଶ୍ୱରରୁ ୮ ଜଣ, ବରଗଡ଼ରୁ ୬ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରୁ ୧ ଜଣ, କଟକରୁ ୩୬ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୧୪ ଜଣ, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, ମୟୂରଭଞ୍ଜରୁ ୧୫ ଜଣ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ୯ ଜଣ, ପୁରୀରୁ ୮ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୭ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୨ ଜଣ ଓ ଷ୍ଟେଟ ପୁଲରୁ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।


ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ଆକ୍ରାନ୍ତଙ୍କୁ ମିଶାଇ ,ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୩୯ ହଜାର ୨୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୨୬ ହଜାର ୨୭୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୪ ହଜାର ୬୨୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେହିପରି କରୋନା କାରଣରୁ ରାଜ୍ୟରେ ୪ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *

Related Posts