କରୋନା ମୃତକଙ୍କ ପରିବାରକୁ ୫୦ହଜାର ସହାୟତା ରାଶି

SHARE NOW :
(ଭୁବନେଶ୍ୱର)ଲାଇଭଓଡିଶା ବ୍ୟୁରୋ : କରୋନାଙ୍କ ମୃତ ପରିବାରଙ୍କୁ ମିଳିବ ସହାୟତା ରାଶି । ଆଉ ଦୁର୍ଦ୍ଦିନରେ ରହିବେନି ମୃତକଙ୍କ ପରିବାର । କରୋନାରେ ଆତ୍ମୀୟଙ୍କ ମୃତ୍ୟୁପରେ ଦୋହଲିଯାଇଥିବା ପରିବାର ପାଇଁ ଆଶାର କିରଣ ଦେଖାଦେଇଛି । କେନ୍ଦ୍ର ସରକାରଙ୍କ ପରେ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ସରକାର । କରୋନାରେ ମୃତ୍ୟୁବରଣ କରିଥିବା ସମସ୍ତ ପରିବାରଙ୍କ ମିଳିବ ଆର୍ଥିକ ସହାୟତା । ଏଥିପାଇଁ ରାଜ୍ୟ ସରକାରଙ୍କ ବିଏମସି ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ହେଲପଲାଇନ୍ ନମ୍ବର । ଯାହାଦ୍ୱାରା କରୋନା କାଳରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାର କୁ ମିଳିବ ୫୦ ହଜାର ଟଙ୍କା ର ସହାୟତା ରାଶି । କେନ୍ଦ୍ର ସରକାର ଏହି ନିୟମ ଜାରି କଲା ପରେ ଏବେ ରାଜ୍ୟବାସୀ ମଧ୍ୟ ପାଇପାରିବେ ଏହି ସହାୟତା । ଏଥିନେଇ ଏହି ଦାୟିତ୍ୱ ନେଇଛି ବିଏମ୍ସି । ଏହି ସହାୟତା ରାଶିପାଇଁ ଜାରିହେଇଛି ହେଲ୍ପ୍ଲାଇନ୍ ନମ୍ବର ୧୩୩୫୫୩୫ ।ଏବଂ ଏଥିନେଇ ଆପଣ ଅନ୍ ଲାଇନ୍ ରେ ମଧ୍ୟ ଆବେଦନ କରିପାରିବେ । ଏହା ପାଇଁ ଜାରି ହେଇଥିବା ୱେବସାଇଟ୍ ମବକ୍ଟ୍ର.କ୍ଟୟସଗ୍ଦଷବ ଶକ୍ଟଙ୍ଖଗ୍ଧ.ମକ୍ଟଜ୍ଞ । ଏହି ଆବେଦନର ଏକ ମାସ ପରେ ଆପଣଙ୍କୁ ସହାୟତା ରାଶି ମିଳିପାରିବ । କରୋନା ରେ ନିଜ ପରିବାର ଲୋକଙ୍କୁ ହରାଇଥିବା ସଦସ୍ୟ ମାନଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର ।