ୟୁରୋପ-ଅଷ୍ଟ୍ରେଲିଆରେ କରୋନାର ପଞ୍ଚମ ଲହରୀ

SHARE NOW :
ଅଷ୍ଟ୍ରେଲିଆ (ଲାଇଭ ଓଡିଶା ବ୍ୟୁରୋ): ପୁଣି ନିଜର କାୟା ମେଲାଉଛି କରୋନା । ଦିନକୁ ଦିନ ଗମ୍ଭୀର ସ୍ଥିତି ନେଇ ଚିନ୍ତାରେ ୟୁରୋପ ଓ ଅଷ୍ଟ୍ରେଲିଆ ବାସୀ । ଆସନ୍ତା ସୋମବାରରୁ ଅଷ୍ଟ୍ରିଆରେ ଦେଶବ୍ୟାପୀ ଜାରି ହେବ ଲକଡାଉନ । ଦେଶରେ କରୋନାସ୍ଥିତି ଗମ୍ଭୀର ହେଉଥିବାରୁ ଚତୁର୍ଥ ଥର ଲାଗି ଦେଶବ୍ୟାପୀ ଲକଡାଉନ କରିବା ଲାଗି ସରକାର ଘୋଷଣା କରିଛନ୍ତି । ଚତୁର୍ଥ ଓ ପଞ୍ଚମ ଲହର ୟୁରୋପର ଅଧିକାଂଶ ଦେଶରେ ଜାରି ରହିଥିବା ବେଳେ ଅଷ୍ଟ୍ରିଆରେ ସ୍ଥିତି ସବୁଠାରୁ ଗମ୍ଭୀର ରହିଛି ।ଦେଶରେ ବର୍ତ୍ତମାନ ପ୍ରତି ଏକ ଲକ୍ଷ ଲୋକରେ ୯୯୧ ଜଣ ଲୋକ ସଂକ୍ରମିତ ହେଉଥିବାରୁ ଚିନ୍ତା ବଢିଛି । ଅଷ୍ଟ୍ରିଆ ଚାନସେଲର ଆଲେକଜାଣ୍ଡାର ସାଲେନବର୍ଗ କହିଛନ୍ତି କୋଭିଡକୁ ନିୟନ୍ତ୍ରଣ କରିବା ଲାଗି ଏହି ଲକଡାଉନ ହେଉଛି । ତୁରନ୍ତ ଲୋକେ ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି । ଶୀତ ଋତୁରେ ଏହି ସଂକ୍ରମଣ ଅଧିକ ବ୍ୟାପୁଥିବାରୁ ଏହି ଲକଡାଉନ କରାଯିବ । ସେପଟେ ନେଦରଲ୍ୟାଣ୍ଡରେ ବି ଆଂଶିକ ଲକଡାଉନ କରାଯାଇଛି । ଏବେ ଜର୍ମାନୀରେ ଚତୁର୍ଥ ଲହରୀ ଜାରି ରହିଥିବା ବେଳେ ଫ୍ରାନ୍ସରେ ବି ଜାରି ରହିଛି ପଞ୍ଚମ ଲହରୀ । ପୂର୍ବ ତୁଳନାରେ ଜର୍ମାନୀରେ ସ୍ଥିତି ଅତି ସାଙ୍ଘାତିକ ହୋଇଛି । ସେହିପରି ସୁଇଡେନ, ବ୍ରିଟେନ, ସ୍ଲୋଭାକିଆ ଆଦି ରାଷ୍ଟ୍ରରେ ବି ଚିନ୍ତା ବଢାଇଛି ଭାଇରସ ।ଯଦି ଏବେ ଠାରୁ କରୋନାକୁ ଆୟତ କରାନଯିବ ତେବେ ଆଗାମି ଦିନରେ ପରିସ୍ଥିତି ଭୟଙ୍କର ହେବା ନେଇ ଆଶଙ୍କଆ କରାଯାଉଛି ।