FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସୁବର୍ଣ୍ଣପୁରରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୁବର୍ଣ୍ଣପୁରରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୁବର୍ଣ୍ଣପୁରରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ସହରର ଇନଡୋର ଷ୍ଟାଡିୟମଠାରେ ଷ୍ଟେଟ ରେଙ୍କିଙ୍ଗ ଅଣ୍ଡର ନାଇନଟିନ(୧୯ ବର୍ଷରୁ କମ୍ ) ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ-୨୦୨୧ ଉଦଘାଟିତ ହୋଇଯାଇଛି । ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମଣ୍ଟରେ ଅତିରିକ୍ତ ଜିଲ୍ଲାପାଳ ସୂର‌୍ୟ୍ୟ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଛନ୍ତି ।ସମ୍ବଲପୁର କୋଭିଡ ଚିକିତ୍ସାଳୟରେ କାର‌୍ୟ୍ୟରତ କର୍ମଚାରୀମାନେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଛନ୍ତି । ଆସୋସିଏସନ ପକ୍ଷରୁ କୋଭିଡ ୱାରିୟରମାନଙ୍କୁ ଏହି କାର‌୍ୟ୍ୟକ୍ରମରେ ସମ୍ମାନୀତ କରାଯାଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ୧୯ ବର୍ଷରୁ କମ ବୟସର ଉଭୟ ବାଳକ ଓ ବାଳିକା ଯୋଗ ଦେଇଛନ୍ତି ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ ଖେଳାଳୀ ଯୋଗ ଦେଇଥିବା ବେଳେ ବହୁ ସଂଖ୍ୟାରେ ସହରର କ୍ରୀଡାପ୍ରେମୀ ଓ ଖେଳାଳୀ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି ।ସହରରେ ଇନଡୋର ଷ୍ଟାଡିୟମ କାର‌୍ୟ୍ୟକ୍ଷମ କରାଯିବା ପରେ ପ୍ରଥମ ଥର ପାଇଁ ଏଭଳି ମେଗା ବେଡମିଣ୍ଟନ ଇଭେଣ୍ଟର ଆୟୋଜନ କରାଯାଇଛି ।ଆଗକୁ ଆହୁରି ମେଗା ଇଭେଣ୍ଟ ଗୁଡିକ ଆୟୋଜନ କରାଯିବ ବୋଲି ଆୟୋଜକ ମଣ୍ଡଳୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts