FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ନୂଆପଡାରେ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ

ନୂଆପଡାରେ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ

ନୂଆପଡାରେ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ
SHARE NOW :

ନୂଆପଡା(ଲାଇଭ ଓଡିଶା ନ୍ୟୁଜ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର‌୍ୟ୍ୟାଳୟ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସମଗ୍ର ଶିକ୍ଷା ନୂଆପଡ଼ା ପକ୍ଷରୁ ଉକ୍ତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଥିଲା ।ଏହି କାର‌୍ୟ୍ୟକ୍ରମରେ ବୋଡ଼େନ ବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ଭୋଇ ଙ୍କ ନେତୃତ୍ୱରେ ବୋଡ଼େନ ବ୍ଲକ ର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ , ବ୍ଲକ କାର‌୍ୟ୍ୟାଳୟ ଅଧିକାରୀ , ଅଙ୍ଗନୱାଡ଼ି କର୍ମୀ ସାମିଲ ହୋଇଥିଲେ । ଭିନ୍ନ କ୍ଷମ ଶିବିରରେ ବ୍ଲକର ୧୫ଗୋଟି ପଞ୍ଚାୟତ ରୁ ଶହ ଶହ ସଂଖ୍ୟାରେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ଉପସ୍ଥିତ ରହି ଭିନ୍ନକ୍ଷମ ପ୍ରମାଣ ପତ୍ର ସକାଶେ ବିଭିନ୍ନ ବିଭାଗୀୟ ଡକ୍ଟର ଙ୍କ ପାଖରେ ଚିକିତ୍ସିତ ହୋଇଥିଲେ । ଆୟୋଜିତ ଏହି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ ବିଭିନ୍ନ ବିଭାଗରୁ ମୋଟ ୩୫୧ ଜଣ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଜିକୃତ ହୋଇ ବିଭାଗୀୟ ଡାକ୍ତରଙ୍କ ପାଖରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଭିନ୍ନକ୍ଷମ ପ୍ରମାଣ ପତ୍ର ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *

Related Posts