- Home
- »
- Breaking News
- »
- ଗୋଲାମୁଣ୍ଡା ଠାରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
ଗୋଲାମୁଣ୍ଡା ଠାରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

SHARE NOW :
କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଠାରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ନିଯୁକ୍ତି ମେଳାରେ ଅଞ୍ଚଳର ଶିକ୍ଷିତ ବେକାରୀ ଯୁବକ ଯୁବକଙ୍କୁ ନିଜ ଦକ୍ଷତା ଅନୁଯାଇ ଓଡିଶା ରାଜ୍ୟରେ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଦକ୍ଷତା ବିକାଶ ଅନୁଷ୍ଠାନ ମାଧ୍ୟମରେ ପ୍ରଶିକ୍ଷଣ ଦେଇ ନିଯୁକ୍ତି ନିମନ୍ତେ ନାମ ଚୟନ କରାଯାଇ ଥିଲା । ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତ ରୁ ବହୁ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାନୀ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଜିଲ୍ଲା ନିଯୁକ୍ତି ଅଧିକାରୀ ଅଜିତ କୁମାର ଉତ୍ତରାୟ ,ଜିଲ୍ଲା ସ୍କିଲ୍ କୋଡିନେଟର ସିମନ୍ତ ପଣ୍ଡା, ଏଇ. କୋଦଣ୍ଡ ପାଣିଗ୍ରାହୀ, ବିପିଏମ୍ ସୁଧାଂଶୁ ଶେଖର ବିଶ୍ୱାଳ, ଏସ୍ଓ ପ୍ରଦୀପ କୁମାର ମହାପାତ୍ର, ଓସି ଅଜୟ ମାଝୀ,ପ୍ରମୁଖ ଉପସ୍ଥିତ ଥିଲେ ।