FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ନେହେରୁ ଯୁବ କେନ୍ଦ୍ର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ନେହେରୁ ଯୁବ କେନ୍ଦ୍ର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ନେହେରୁ ଯୁବ କେନ୍ଦ୍ର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର
SHARE NOW :


ମୟୁରଭଞ୍ଜ (ଲାଇଭ ଓଡିଶା ନ୍ୟୁଜ୍‌): ନେହେରୁ ଯୁବ କେନ୍ଦ୍ରର ପକ୍ଷରୁ ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ରକ୍ତ ଭଣ୍ଡାରରେ ରବିବାର ପୂର୍ବାହ୍ନରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ପ୍ରୋଗ୍ରାମ ସୁପରଭାଇଜର ଅଶୋକ କୁମାର ସାହୁଙ୍କ ପ୍ରତକ୍ଷ ତତ୍ୱାବଧାନରେ ଶିବିରକୁ ମୁଖ୍ୟ ଅତିଥି ଭାବରେ ଗଣେଶ ଚନ୍ଦ୍ର ପାଲ ଅନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟ ସମ୍ମାନନୀୟ ଅତିଥିମାନଙ୍କ ମଧ୍ୟରେ ଏନୱାଇକେ ମୟୂରଭଞ୍ଜ ଭଲୁଣ୍ଟର ଫୋରମର ସଭାପତି ତଥା ଯୁବ ପ୍ରଶିକ୍ଷକ ରାଷ୍ଟ୍ରୀୟ ଯୁବ ପୁରସ୍କାର ବିଜେତା ସୁବ୍ରତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।ମୟୂରଭଞ୍ଜ ଜିଲ୍ଲାରେ ନେହେରୁ ଯୁବ କେନ୍ଦ୍ର ତାର ପ୍ରତିଷ୍ଠା ଦିବସରେ ପ୍ରତିବର୍ଷ ରକ୍ତଦାନ ଶିବିର ଆୟୋଜନ କରିଆସୁଅଛି। ଜିଲ୍ଲାର ବିଭିନ୍ନ ବ୍ଲକର ଜାତୀୟ ଯୁବ ସ୍ବେଛାସେବୀ ମାନେ ଯୋଗ ଦେବା ସହ ଅନୁଷ୍ଠାନର ପୂର୍ବତନ ସ୍ବେଛାସେବୀ ଯୋଗ ଦେଇ ରକ୍ତଦାନ କରିଥିଲେ
ସତ୍ୟଜିତ କଲିଆ

Leave a Reply

Your email address will not be published. Required fields are marked *

Related Posts