FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. କେନ୍ଦୁଝର : ହାର୍ଡୱାର ଷ୍ଟୋରରେ ବୋମା ମାଡ

କେନ୍ଦୁଝର : ହାର୍ଡୱାର ଷ୍ଟୋରରେ ବୋମା ମାଡ

କେନ୍ଦୁଝର : ହାର୍ଡୱାର ଷ୍ଟୋରରେ ବୋମା ମାଡ
SHARE NOW :

କେନ୍ଦୁଝର(ଦିଗାମ୍ବର ବେହେରା /ଲାଇଭ ଓଡିଶା ନ୍ୟୁଜ): କେନ୍ଦୁଝର ଜିଲ୍ଲା ବଡ଼ବିଲ ମେନ ରୋଡ ରେ ଥିବା ହାର୍ଡ ୱାର ଷ୍ଟୋର ରେ ବୋମା ମାଡ଼ ଘଟଣାର ପର୍ଦାଫାସ କରିବାରେ ପୋଲିସ ସକ୍ଷମ ହୋଇଛି।ଏହି ଘଟଣା ରେ ପୋଲିସ ୨ ଜଣ ହାର୍ଡ କୋର ଅପରାଧୀ ଙ୍କୁ ଧରିବାରେ ସଫଳ ହୋଇଛି । ଦାଦାଵଟି ଆଦାୟ କୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ଦୁଇ ଜଣ ହେଲେ ପରଭେଜ ଅଖତର ଓ ଏମଡି ହୁସେନ ଯେଉଁମାନଙ୍କ ଘର ଝାଡଖଣ୍ଡ ରେ ବୋଲି ଜଣା ପଡ଼ିଛି, ଠାରୁ ପୋଲିସ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ରିବରବଲ, ଅଫୁଟା ଗୁଳି, କାଟ୍ରିଜ, ମୋବାଇଲ ଏବଂ ବାଇକ ସହ ଅଢେଇ ଲକ୍ଷ ଟଙ୍କା ଜବତ କରାଯାଇଛି।


ପୋଲିସ ର ସୂଚନା ମୁତାବକ ଏହି ଅପରାଧୀ ମାନେ ମାଓବାଦୀ ଙ୍କ ନାମରେ ଏକ ଚିଠି ସମ୍ପୃକ୍ତ ଦୋକାନୀ ରମେଶ ଅଟଳ ଙ୍କୁ ଦେଇଥିଲେ,। ଯାହାର ଦୁଇ ଦିନ ପରେ ତାଙ୍କ ଦୋକାନ ରେ ବୋମା ମାଡ଼ ଘଟଣା ଘଟିଥିଲା, ତେବେ ପୂର୍ବ ଯୋଜନା ଅନୁସାରେ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ଟଙ୍କା ଦେବାକୁ ଯିବା ସମୟରେ ପୋଲିସ ୨ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି।

ବିଭିନ୍ନ ସମୟରେ ଏମାନଙ୍କ ଗ୍ୟାଙ୍ଗ ଅପହରଣ କରି ଦାଦାଵଟି ଆଦାୟ କରିଥାନ୍ତି, ଯାହାଙ୍କ ନାମରେ ଝାଡଖଣ୍ଡ,ପଶ୍ଚିମବଙ୍ଗ ଓ ବିହାର ରାଜ୍ୟରେ ମଧ୍ୟ ବହୁ ଅପରାଧିକ ମାମଲା ଥିବା ପୋଲିସ କହିଛି। ତେବେ ଫେରାର ଥିବା ଆଉ ଜଣେ ଆସାମୀକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Related Posts