- Home
- »
- Breaking News
- »
- ଫୁଲଝର – କେଉଁଝର ରାସ୍ତାର ପଟ୍ଟାମୁଣ୍ଡ ଠାରେ ସ୍କୁଟି କୁ ଧକ୍କା ଦେଲା କାର, ଜଣେ ମୃତ
ଫୁଲଝର – କେଉଁଝର ରାସ୍ତାର ପଟ୍ଟାମୁଣ୍ଡ ଠାରେ ସ୍କୁଟି କୁ ଧକ୍କା ଦେଲା କାର, ଜଣେ ମୃତ

SHARE NOW :
ବଣାଇ(ଲାଇଭ ଓଡିଶା ନ୍ୟୁଜ): ଫୁଲଝର – କେଉଁଝର ପୂର୍ତ୍ତ ବିଭାଗ ରାସ୍ତା ର ପଟlମୁଣ୍ଡ ଠାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ ସ୍କୁଟି ନମ୍ବର ଙଊ ୦୯ ଟ ୫୧୨୯ କୁ ଏକ କାର ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକ ର ମୃତ୍ୟୁ ଘଟିଛି । ପଛ ରେ ବସିଥିବା ସାଥୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି l ଉଭୟ ମୃତକ ଓ ଗୁରୁତର ଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରି ମହୁଲପଦା ପୋଲିସ ତଦନ୍ତ ଜାରି ରଖିଛି l ମୃତକ ଓ ଗୁରୁତର ଆହତ ବ୍ୟକ୍ତି ମାନେ ନୟlକୋଟ୍ ଥାନା ଅନ୍ତର୍ଗତ ସିଂ ପୁର୍ ପଞ୍ଚାୟତ ର କୁଶକଳା ଗ୍ରାମର ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡି ଥିଲେ ହେଁ ପରିଚୟ ଅସ୍ପଷ୍ଟ ରହିଛି l ଗୁରୁତର ଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିବା ସବିଶେଷ ତଥ୍ୟ ରୁ ଜଣାପଡିଛି l ଏ ସଂକ୍ରାନ୍ତରେ ମହୁଲପଦା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l