FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ନିର୍ମାଣ ଶ୍ରମିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ନିର୍ମାଣ ଶ୍ରମିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ନିର୍ମାଣ ଶ୍ରମିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ
SHARE NOW :

କଳାହାଣ୍ଡି(ପରମାନନ୍ଦ ଛତ୍ରିଆ/ ଲାଇଭ ଓଡିଶା ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରାଣମାଲ ସାପ୍ତାହିକ ବଜାର ପ୍ରାଣଙ୍ଗ ରେ ମା ଭୁତମୁଣ୍ଡି ନିର୍ମାଣ ଶ୍ରମିକ ସଂଘ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଗ୍ରାମାଞ୍ଚଳରେ କାମ କରୁଥିବା ନିର୍ମାଣ ଶ୍ରମିକ ମାନେ ସାମାଜିକ,ଆର୍ଥିକ ସ୍ତରରେ ଦୁର୍ବଳ ଥିବା ବେଳେ ବିପର୍ଯ୍ୟସ୍ତ ଜୀବନ କାଟୁଛନ୍ତି ।ବିଭିନ୍ନ ସରକାରୀ ଯୋଜନା ରୁ ବଂଚିତ ମଧ୍ୟ ରହିଛନ୍ତି।ସଚେତନତା ଅଭାଵ ଯୋଗୁ ଅନେକ ସରକାରୀ ସୁବିଧା ସୁଯୋଗ ବାବଦରେ ଅଜ୍ଞ ହେବା ଫଳରେ କିଛି ଦୁର୍ଘଟଣା ଘଟି ଅସୁବିଧା ଘଟିଲେ ମଧ୍ୟ କିଛି ସହାୟତା ପାଇପାରୁ ନାହାନ୍ତି। ଯାହାଫଳରେ ଜୀବନ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ତେଣୁ ଏହି ଗ୍ରାମାଞ୍ଚଳରେ ଥିବା ଶ୍ରମିକ ମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଥିବା ବେଳେ ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି।


କିପରି ଭାବେ ଶ୍ରମିକ ମାନେ କୁଶଳୀ ହେବା ସହ ଆଗାମୀ ଦିନରେ ଲାଭବାନ ହେବେ ସେ ଦିଗରେ ମଧ୍ୟ ସଚେତନତା କରାଯାଇଛି। ସଂଘ ର ସଭାପତି ରାଜୀବ ଟିକ୍ରିଆ ଙ୍କ ଆହ୍ୱାନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ମଧୁସୂଦନ ଟିକ୍ରିଆ ସତ୍ୟ ଗୌଡ଼ କାର୍ଯ୍ୟ ପରିଚାଳନା କରିଥିଲେ।ଏହି ବୈଠକରେ ସଂଘ ର ଉପ ସଭାପତି ଲୋଚନ ଧ. ମାଝୀ, ସହସମ୍ପାଦକ ବୃହସ୍ପତି ଦୁର୍ଗା, ଓ କୋଷଦକ୍ଷ ଗୋରେଶ୍ୱର ସୁନାନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଜୟଶଙ୍କର ବିଶ୍ୱାଳ, ବଳଦେବ ନାଏକ,ତ୍ରିଲୋଚନ ସୁନାନୀ, ଭମର ଭୋଇ, ଅକ୍ଷୟ ନିମୁଳିଆ, କ୍ଷୀରସିନ୍ଧୁ ବାଗ, ମଙ୍ଗେଲାକ ଛତ୍ରୀଆ ,ରଙ୍ଗାଧର ବାଗ, ଚନ୍ଦ୍ରମଣି ଭୋଇ, ହେତେଶ ପାଳି ,ଅଜିତ ପୁଝାରି ଓ ଦନାର ଟିକ୍ରିଆ ଭଳି ଅଞ୍ଚଳର ଅନେକ ଶ୍ରମିକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Related Posts