FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ୧କୋଟିରେ ବିକ୍ରି ହେଲା ୩୩ଟି ମାଛ

୧କୋଟିରେ ବିକ୍ରି ହେଲା ୩୩ଟି ମାଛ

୧କୋଟିରେ ବିକ୍ରି ହେଲା ୩୩ଟି ମାଛ
SHARE NOW :

ବାଲେଶ୍ୱର(ଲାଇଭ ଓଡିଶା ନ୍ୟୁଜ ): ମାଛର ଦାମ୍ କୋଟିଏ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ୩୩ଟି ମାଛକୁ କୋଟଏ ଟଙ୍କାରେ ବିକ୍ରି କରି ମତ୍ସ୍ୟଜୀବୀ ମାଲାମାଲ୍ । ଏଭଳି ଘଟଣା ଘଙ୍କିଛି ବାଲେଶ୍ୱର ଜିଲ୍ଲାରେ । କିଛି ମତ୍ସଜୀବୀ ବାଲେଶ୍ୱର ଜିଲ୍ଲା ଦିଘା ମୁହାଣରୁ ମା ବସନ୍ତୀ ନାମକ ଏକ ଟ୍ରେଲରରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ସେଠାରେ ମାଛ ଧରୁଥିବା ବେଳେ ତାଙ୍କ ହାବୁଡରେ ତେଲିଆ ଭୋଳା ନାମକ ୩୩ଟି ମାଚ ଜାଲରେ ପଡିଥିଲା । ଯାହାର ବଜାରରେ ଆନୂମାନିକ ମୂଲ୍ୟ ପ୍ରତି ଦର ୧୨୬୦୦ଟଙ୍କା । ଏହି ମାଛରେ ମେଡିସିନ ତିଆରି ହୋଇଥିବା ବେଳେ ଗତକାଲି ମତ୍ସଜୀବୀ ମାନେ ଏହି ମାଛ ଗୁଡିକୁ କୋଲକତାର ଏକ କଂପାନୀକୁ ପ୍ରାୟ ୧କୋଟି ଟଙ୍କାରେ ବିକ୍ରି କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts