- Home
- »
- Breaking News
- »
- ସୁବର୍ଣ୍ଣପୁରରେ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ
ସୁବର୍ଣ୍ଣପୁରରେ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲାର ଜାତୀୟ ଖେଳ ହକି ପ୍ରତି ଖେଳାଳୀମାନଙ୍କ ଆଗ୍ରହ ବଢିଛି ।ବିଶେଷକରି ରାଜ୍ୟ ସରକାର ହକି ଖେଳକୁ ପ୍ରୋତ୍ସାହନ ଦେବା ଓ ଗତ ବିଶ୍ବ ଅଲମ୍ପିକରେ ଉଭୟ ପୁରୁଷ ଓ ମହିଳା ଦଳର ଭଲ ପ୍ରଦର୍ଶନ ପରେ ଖେଳାଳୀମାନେ ଏହି ଖେଳ ପ୍ରତି ଆକୃଷ୍ଟ ହୋଇଛନ୍ତି ।ସେହିପରି ଜିଲ୍ଲା ହକି ଆସୋସିଏସନ ଖେଳାଳୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସଫଳତାର ସହିତ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି ।ଜିଲ୍ଲାର ଉଲୁଣ୍ଡା ବ୍ଳକର ଦକ୍ଷିଣିପାଲି ଖେଳ ପଡିଆଠାରେ ଆଠୋଟି ହକି ଦଳକୁ ନେଇ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଛି ।ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ଦକ୍ଷିଣି ପାଲି ,ଗୋବିନ୍ଦ ପୁର ,ବୁଢୀ ଝରନ ,ଗୁଜା ,ଲମତୁଲ ଖରାପୁରା ,ଗ୍ରୀନ୍ଦିଲାମାଲ ଓ ଠେଙ୍ଗୋ ଦଳ ଅଂଶ ଗ୍ରହଣ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟରେ ଗ୍ରୀନ୍ଦିଲାମାଲ ବୂଝୀ ଝରନ ଦଳକୁ ୨-୧ରେ ହରାଇ ଚମ୍ପିଆନ ହୋଇଛି ।ବିଜୟୀ ଦଳକୁ ଚମ୍ପିଆନ ଟ୍ରଫି ସହିତ ହଜାରେ ଟଂକା ଓ ରନର୍ସ ଅପ ଦଳକୁ ଟ୍ରଫି ସହିତ ହଜାରେ ଟଂକା ରାଶି ପ୍ରଦାନ କରାଯାଇଥିଲା ।ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ହକି ଆସୋସିଏସନ ଉପାଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବା ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।ହକି ଖେଳର ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମୀର ବିକାଶ କରିବା ସହିତ ଖେଳାଳୀମାନଙ୍କ ପାଇଁ ବି ଆବଶ୍ୟକ ସହଯୋଗ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ହକି ଆସୋସିଏସନ କରିବ ବୋଲି ଖେଳାଳୀ ଓ ଖେଳପ୍ରେମୀଙ୍କୁ ପ୍ରତିଶୃତି ଦେଇଛନ୍ତି ।