FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଧଳାଜହର ବିକ୍ରି ଅଭିଯୋଗରେ ପୁରା ପରିବାର ଗିରଫ

ଧଳାଜହର ବିକ୍ରି ଅଭିଯୋଗରେ ପୁରା ପରିବାର ଗିରଫ

ଧଳାଜହର ବିକ୍ରି ଅଭିଯୋଗରେ ପୁରା ପରିବାର ଗିରଫ
SHARE NOW :

ଢେଙ୍କାନାଳ,୨୯.୯ (ଲାଇଭ୍ ଓଡିଶା ନ୍ୟୁଜ୍‌): ବ୍ରାଉନସୁଗାର ଚୋରା ବ୍ୟବସାୟରେ ଗିରଫ ହେଲା ପୁରା ପରିବାର । ଏଭଳି ଏକ ଘଟଣା ସାମନାକୁ ଆସିଛି ଢେଙ୍କାନାଳ ସହରରେ ।
ଢେଙ୍କାନାଳ ସହରର ବାଜିଚୌକ ଅଂଚଳର ଅଭୟ ବେହେରାଙ୍କ ପୁରା ପରିବାର ଏହି ଧଳା ଜହରର ବ୍ୟବସାୟ କରୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ।

ଖବର ପାଇଁ ଟାଉନ ଥାନା ଅଧିକାରୀ ନମିତା ତାଙ୍କ ଘରେ ଚଢଉ କରିଥିଲେ । । ଏହି ଚଢ଼ାଉ ବେଳେ ବିକ୍ରି ପାଇଁ ଛୋଟ ଛୋଟ ପୁଡ଼ିଆ କରୁଥିବାବେଳେ ଅଭୟ ବେହେରା, ତାଙ୍କ ପତ୍ନୀ ବଦାନୀ ବେହେରା ଓ ପୁଅ ଦିଲେଶ୍ବର ବେହେରାଙ୍କୁ ଗିରଫ କରିଛି ପୋଲିସ । ତାଙ୍କଠାରୁ ୧୩ ଗ୍ରାମ ୭୩ ମିଲିଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହି ଘଟଣାରେ ବାପା, ମା’ ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ ।

Leave a Reply

Your email address will not be published. Required fields are marked *

Related Posts