ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ଫାଉଣ୍ଡେସନ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର

SHARE NOW :
ସୁବର୍ଣ୍ଣପୁର(ନୀଳାଚଳ ନ୍ୟୁଜ): ରାଜ୍ୟ ଜନସଂଖ୍ୟା ଫାଉଣ୍ଡେସନ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ନୀରବ ପ୍ରତିବାଦ କରାଯାଇଛି ।ଜିଲ୍ଲା ଶାଖାର ସଭାପତି କେଦାର ଦାସଙ୍କ ନେତୃତ୍ବରେ ସ୍ବେଛାସେବୀ ମାନେ ଯୋଗ ଦେଇ ହୁ ହୁ ହୋଇ ଦେଶରେ ବଢୁଥିବା ଜନସଂଖ୍ୟାର ଦୃଢ ବିରୋଧ କରିଛନ୍ତି ।ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ସଂସଦରେ ଜନସଂଖ୍ୟା ନିରୋଧ ଓ ନିୟନ୍ତ୍ରଣ ଆଇନ ପାରିତ କରିବା ପାଇଁ ଦାବି କରିଛନ୍ତି । ଏହି ଫାଉଣ୍ଡେସନ ପକ୍ଷରୁ ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ସହିତ ଶିଶୁଙ୍କୁ ପୃଷ୍ଟିକର ଆହାର ପ୍ରଦାନ କରିବା ,ଜନ୍ମ ନିୟନ୍ତ୍ରଣ ଉପରେ ଅଂକୁଶ ଲଗାଇବା ,ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା ,ଅନେେକ ସନ୍ତାନ ସନ୍ତତି ଜନ୍ମ କରୁଥିବା ପିତାମାତାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରୁ ବାଦ ଦେବା ଆଦି ଦାବୀ କରିଛନ୍ତି । ଫାଉଣ୍ଡେସନ ପକ୍ଷରୁ ସ୍ବେଛାସେବୀମାନେ ଗାଁରୁ ସହର ଯାଏଁ ଜନ୍ମ ନିୟନ୍ତ୍ରଣ ପାଇଁ ସଚେତନତା ସୃଷ୍ଟି କରୁଥିବା ବେଳେ ସରକାରୀ ଭାବେ ଆଇନ ତିଆରି କରି କଡାକଡି ଲାଗୁ କରିବା ପାଇଁ ଦାବୀ କରିଛନ୍ତି ।ଦାବୀ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।