FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପାଣିରେ ବୁଡି ଯୁବକ ମୃତ

ପାଣିରେ ବୁଡି ଯୁବକ ମୃତ

ପାଣିରେ ବୁଡି ଯୁବକ ମୃତ
SHARE NOW :

କୋକସରା,୧୬.୯( ଲାଇଭ୍ ଓଡିଶା ନ୍ୟୁଜ୍‌/ ପୁରୁଷୋତ୍ତମ ସିଂହ ରାଜପୁତ):କୋକସରା ବ୍ଲକ ଅନ୍ତର୍ଗତ ଡାଳଗୁମା ଠାରେ ପୋଖରିରୁ ଯୁବକ ଙ୍କ ମୃତ ଦେହ ମିଳିଛି । ମୃତକ ଜଣକ ହେଉଛନ୍ତି ଡାଳଗୁମା ଗ୍ରାମ ର କମ୍ବୁ ମାଝୀ ତାଙ୍କ ସ୍ତ୍ରୀ ଙ୍କ କହିବା ଅନୁଯାୟୀ ଗତ ମଙ୍ଗଳବାର ଦିନ ସେ ଗାଧୋଇ ବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ ପରିବାର ପକ୍ଷରୁ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।


ଆଜି ସକାଳୁ ଖବର ପାଇବା ପରେ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିଲେ । ଘଟଣା ସ୍ଥଳରେ କୋକସରା ପୁଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର କୁ ପଠାଇଛି।

Leave a Reply

Your email address will not be published. Required fields are marked *

Related Posts