FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ହାଇଡ୍ରା ରୁଲର୍ ଗାଡି ରେ ଚାପି ହୋଇ ବ୍ୟକ୍ତିଙ୍କ ମୃତ୍ୟୁ

ହାଇଡ୍ରା ରୁଲର୍ ଗାଡି ରେ ଚାପି ହୋଇ ବ୍ୟକ୍ତିଙ୍କ ମୃତ୍ୟୁ

ହାଇଡ୍ରା ରୁଲର୍ ଗାଡି ରେ ଚାପି ହୋଇ ବ୍ୟକ୍ତିଙ୍କ ମୃତ୍ୟୁ
SHARE NOW :


ନବରଂଗପୁର (ଲାଇଭ୍ ଓଡିଶା ନ୍ୟୁଜ୍ ) : ପାପଡାହାଣ୍ଡି ବ୍ଲକ୍ ର ମୈଦଲପୁର ଓ ଡାବୁଗାଁ ମଧ୍ୟରେ ଅଭାବନୀୟ ଘଟଣା । ଦୁଇ ଗାଁ ମଧ୍ୟରେ ସଂଯୋଗ ହୋଇଥିବା ରାସ୍ତାର ପିଚୁ କାମ ଆଜି ଆରମ୍ବ ହୋଇଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଉପରେ ହାଇଡ୍ରା ରୁଲର୍ ଗାଡି ଚଢିଯାଇଥଲା । ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ବ୍ୟକ୍ତିଙ୍କ ପରିଚୟ ମାନିଗାଁର ୪୫ ବର୍ଷୀୟ ଉଶ୍ଚବ ମାଝୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ଉକ୍ତ କାମରେ ରେ ଠିକାଦାର ସୁପରଭାଇଜର କିଛି ଗାଡ଼ି ଡ଼୍ରାଇଭର ସହ ଅନେକ ଲୋକ କାମରେ ନିୟୋଜିତ ହୋଇଥିଲ । ତେବେ ହଠାତ୍ ଉଶ୍ଚବ ମାଝି ହାଇଡ୍ରା ରୁଲର୍ ଗାଡି ପାଖକୁ ଯାଇଥିଲେ ଏବଂ ଡ୍ରାଇଭର ଅଜାଣତରେ ଉଶ୍ଚବଙ୍କ ଉପରେ ହାଇଡ୍ରା ଗାଡି ଚେଢେଇ ଦେଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ଉଶ୍ଚବ ର ମୃତ୍ୟୁ ହୋଇଯାଇଛି। ଘଟଣା ସ୍ଥଳରୁ ଡ୍ରାଇଭର ସେମେତ କାମ ରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀମାନେ କେଉଁଆଡେ ଚମ୍ପଟ ମାରିଛନ୍ତି।ଏ ନେଇ ପରିବାର ପକ୍ଷରୁ ଥାନା ରେ ଏତଲା ଦିଆ ଯାଇନାହିଁ।

Leave a Reply

Your email address will not be published. Required fields are marked *

Related Posts