- Home
- »
- Breaking News
- »
- ଛେଳି ଛୁଆ ପାଇଁ ମା ସାଜିଲା କୁୁକୁର
ଛେଳି ଛୁଆ ପାଇଁ ମା ସାଜିଲା କୁୁକୁର

SHARE NOW :
କନ୍ଧମାଳ(ଲାଇଭ ଓଡିଶା ନ୍ୟୁଜ): ମା ନିଜର ହେଉ ବା ପର । କିନ୍ତୁ ମାତ ମା ନାଁ । ମାଁର ସ୍ନେହ କାହାକୁ ବା ଦରକାର ନାହିଁ । ମା ବିନା ତ ଦୁନିଆ ଅନ୍ଧାର । ମାର ପ୍ରେମ ଓ ମମତା ସମସ୍ତଙ୍କୁୁ ଲୋଡା । ଏଥିରୁ କେମିତି ବାଦ ପଡିବେ ଏ ନିରୀହ ଛେଳୀ ଛୁଆ ଦୁଇଟା । ଏ ଦୃଶ୍ୟକୁ ଦେଖିଲେ ଯେ କେହିଭି କିଛି ସମୟ ପାଇଁ ସ୍ତବ୍ଧ ପାଲଟିଯିବ । ଛେଳି ଛୁଆ ଦୁଇଟି ଭୋକ ବିକଳରେ କୁକୁରଠାରୁ କ୍ଷୀର ଖାଉଛନ୍ତି । କିନ୍ତୁ ସେ କୁକର ମାଟି ଏଥିରେ ତିଳେ ମାତ୍ର ବିରୋଧ କରୁନାହିଁ । ସେ ବିଚାରା ମାଟି ବୋଧ ହୁଏ ମମତାରେ ଅନ୍ଧ ହୋଇଯାଇଛି । ମମତାରେ ସେ ଜାଣିପାରୁନି ତାର ପ୍ରକୃତ ଛୁଆଙ୍କୁ ବା ଜାଣିଶୁଣି ଅନ୍ୟ ଜାତିର ପଶୁକୁ ସେ ତାର ମମତାର ଡୋରିରେ ବାନ୍ଧିବାକୁ ଚେଷ୍ଟା କରୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଡୁମୁଡିବନ୍ଦ ବ୍ଲକ ମୁଣ୍ଡିଗଡ ଗ୍ରାମ ଜାତୀୟ ରାଜପଥ ରାସ୍ତା ନିକଟରେ । ରାସ୍ତାରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିବା ବେଳେ ମାର ପ୍ରକୃତରେ ମୂଲ୍ୟ କେତେ ତାହା ଅଜାଣତରେ ଏ ନିରୀହ ପଶୁଟିଏ ଜଣାଇଦେଇଛି ।