ସୁବର୍ଣ୍ଣପୁରରେ ଜିଲ୍ଲା ନ୍ୟାୟାଳୟର ନୂତନ କୋଠା ଉଦଘାଟିତ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ ମୂରଲୀଧର ସୁବର୍ଣ୍ଣପୁର ମାଟି ,ଏହାର ଐତିହ୍ୟ ,ବଳିଷ୍ଠ ଇତିହାସ ଓ ସାଧାରଣ ଲୋକଙ୍କ ଜୀବନଯାପନକୁ ବେଶ ପ୍ରଶଂସା କରିଛନ୍ତି । ଏହା ସହିତ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ କାର୍ୟ୍ୟ କରୁଥିବା ସୁବର୍ଣ୍ଣପୁରର ଦୁଇ ବରପୁତ୍ର ଜଷ୍ଟିସ ସିଆର ଦାସ ଓ ଜଷ୍ଟିସ ପୂଜାରୀଙ୍କ ଶତୃଘ୍ନ ପୂଜାରୀଙ୍କ କାର୍ୟ୍ୟକୁ ପ୍ରଶଂସା କରିଛନ୍ତି ।ଆଜି ଜିଲ୍ଲା ନ୍ୟାୟାଳୟର ନୂତନ କୋଠା ଉଦଘାଟନ ଉତ୍ସବରେ ଉଚ୍ଚ ନ୍ୟାୟାଳୟ ବିଚାର ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନୂତନ କୋଠାର ଶୁଭ ଉଦଘାଟନ କରିଛନ୍ତି ।ଅନ୍ୟମାନଙ୍କ ଭିତରେ ଜଷ୍ଟିସ ସିଆର ଦାସ ,ଜଷ୍ଟିସ ଶତୃଘ୍ନ ପୂଜାରୀ,ଜଷ୍ଟିସ ସାବିତ୍ରୀ ରଥ ,ରାଜ୍ୟ ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ ।ଜିଲ୍ଲାର ନୂତନ ନ୍ୟାୟାଳୟ କୋଠାଟି ତିନି ମହଲା ବିଶିଷ୍ଟ ହୋଇଥିବା ବେଳେ ନ୍ୟାୟାଳୟର ସମସ୍ତ ଆଧୁନିକ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରାୟ ଦୁଇ ତିନି ଏକର ପରିମିତ ଯାଗାରେ ଜିଲ୍ଲା ନ୍ୟାୟାଳୟର ଏହି କୋଠାଟି ତିଆରି ହୋଇଥିବା ବେଳେ ଭିତ୍ତିପ୍ରସ୍ତର ସ୍ଥାପନର ସାତ ବର୍ଷ ପରେ ଏହା ଉଦଘାଟିତ ହୋଇଛି ।ତେବେ ଏହି ନୂତନ କୋଠା ଉଦଘାଟନରେ ଜିଲ୍ଲା ବାର ଏସୋସିଏସନ ସମେତ ବିନିକା ,ଡୁଂଗୁରିପାଲି ,ତରଭା ,ରାମପୁର ଓ ବୀରମହାରାଜପୁର ବାର ଏସୋସିଏସନର ଓକିଲମାନେ ଯୋଗଦେଇଥିଲେ ।ଜିଲ୍ଲାର ଓକିଲମାନଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।