FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବୃଦ୍ଧଙ୍କୁ ଦଳିଦେଲା ଗଜରାଜ

ବୃଦ୍ଧଙ୍କୁ ଦଳିଦେଲା ଗଜରାଜ

ବୃଦ୍ଧଙ୍କୁ ଦଳିଦେଲା ଗଜରାଜ
SHARE NOW :

କଟକ(ଲାଇଭ ଓଡିଶା ନ୍ୟୁଜ/ସନ୍ତୋଷ ସ୍ୱାଇଁ ): କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ନିକଟସ୍ଥ କଟିକଟା ରାମରାଙ୍ଗ ଠାରେ ଶୋକର ଛାୟା ଖେଳି ଯାଇଛି । ଭାଗବତ ବେହେରା ନାମକ ଜଣେ ବୃଦ୍ଧଙ୍କୁ ହାତୀଟି ପାଦରେ ଦଳି ଦେଇଛି , ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି । କିଛିଦିନ ହେବ ନିଶ୍ଚିନ୍ତକୋଇଲି ରେ ଜଙ୍ଗଲି ହାତୀ ଦ୍ୱାରା ବହୁ ଫସଲ ମଧ୍ୟ ନଷ୍ଟ ହୋଇଛି । ଚାଷୀମାନେ ବନବିଭାଗକୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଯାହା ଫଳରେ ଆଜି କଟିକଟା ରାମରାଙ୍ଗ ର ଜଣେ ବୃଦ୍ଧଙ୍କ ଜୀବନ ହାରିବାକୁ ପଡିଛି । ସ୍ଥାନୀୟ ପ୍ରଶାସନର ସହାୟତାରେ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି । ଡାକ୍ତର ତାଙ୍କୁ ମୃତ ଘୋଷଣା କଲାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ହାତୀଟିକୁ ଘଉଡ଼ାଇବା ପାଇଁ କେନ୍ଦ୍ରା ପଡା ବନବିଭାଗ, କଟକ ବନବିଭାଗ ଓ ସ୍ଥାନୀୟ ପ୍ରସାଶନ ଙ୍କ ଉଦ୍ୟମ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Related Posts