- Home
- »
- Breaking News
- »
- କେନ୍ଦ୍ରାପଡ଼ାରେ ଏକଦିବସୀୟ କୃଷକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡ଼ାରେ ଏକଦିବସୀୟ କୃଷକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ

SHARE NOW :
କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): କୃଷି କ୍ଷେତ୍ରରେ ଅଧିକ ଅମଳ ଆଶାରେ ଅତ୍ୟାଧୁନିକ ଜ୍ଞାନ କୈାଶଳ ର ଉପଯୋଗ ଆଜି ଦିନରେ ବିଶେଷ ଭାବରେ ଦେଖାଯାଉଛି । ଏମିତି ରେ ଚାଷ ଜମିରେ ରାସାୟନିକ ସାର ଏବଂ ବିଷାକ୍ତ କୀଟନାଶକ ଓାୖଷଧ ପ୍ରୟୋଗ ଦ୍ଵାରା ଚାଷ ଜମିର ଉର୍ବରତା ଦିନକୁ ଦିନ ହ୍ରାସ ପାଇବା ସହ ଏହାର ସିଧାସଳଖ ପ୍ରଭାବ ଜୀବଜଗତ ଉପରେ ପଡୁଛି । ଯେଉଁଥିପାଇଁ ସରକାରୀ ସ୍ତରରେ ଚାଷୀମାନଙ୍କୁ ସଚେତନତା କରାଇବା ପାଇଁ ପ୍ରୟାସ କରାଯାଉଥିଲା ବେଳେ ଇଫକୋ କୋରଡେଟ ତରଫରୁ ମଧ୍ୟ ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସ୍ତରରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତ ର ପାଟଣା ଠାରେ ଏକ ସଚେତନତା କାର୍ୟ୍ୟକ୍ରମ ସମେତ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମ ରେ ଗରଦପୁର ବ୍ଲକର ଏଗ୍ରିକଲଚର ଅଫିସର ମଧୁସ୍ମିତା ଜେନା , ଇଫକୋ କୋରଡେଟ ର ପ୍ରିନ୍ସପାଲ କୁଳମଣି ମାଝୀ , ଅଣୁଜୀବ ବୈଜ୍ଞାନିକ ଅଭ୍ର ଦେ ଏବଂ ବିଶିଷ୍ଟ ସମାଜସେବୀ ବିଶ୍ଵଜିତ ସ୍ବାଇଁ ଙ୍କ ସହ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ ଜେନା ଯୋଗଦେଇ ପଞ୍ଚାୟତ ର ବିଭିନ୍ନ ୱର୍ଡ ରୁ ଆସିଥିବା ଶତାଧିକ ଚାଷୀ ମାନଙ୍କୁ ଜୈବିକ ସାର ର ବ୍ୟବହାର ଏବଂ ସୁସ୍ଥ ପରିବେଶ ସୃଷ୍ଟି କରିବା ଦିଗରେ ସଚେତନତା କରାଇଥିଲେ ।