FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜାତୀୟ ପ୍ରେସ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜାତୀୟ ପ୍ରେସ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜାତୀୟ ପ୍ରେସ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
SHARE NOW :


କେନ୍ଦୁଝର( ଲାଇଭ୍ ଓଡିଶା ନ୍ୟୁଜ୍ ) : ଆସନ୍ତା ନଭେମ୍ବର ୧୬ ତାରିଖରେ ପାଳନ ହେବାକୁ ଯାଉଛି ଜାତୀୟ ପ୍ରେସ ଦିବସ । ଯୋଡା ପ୍ରେସ କ୍ଲବ ସଭା ଗୃହରେ ଆଜି ପୂର୍ବାହ୍ନରେ ଜାତୀୟ ପ୍ରେସ ଦିବସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୪ରୁ ଉର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିବା ବେଳେ ଏଥିରେ ଜାତୀୟ ପ୍ରେସ ଦିବସ ପାଳନର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଏହି ପ୍ରେସ ଦିବସ ନିୟମିତ ଭାବେ ପାଳନ କରାଯାଇଆସୁଥିବା ବେଳେ ଗତବର୍ଷ କରୋନା କଟକଣା ଯୋଗୁଁ ଏହା ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସୀମିତି ଲୋକଙ୍କୁ ନେଇ ଏହି ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କରୋନା କଟକଣା ମଧ୍ୟରେ ଏହା ଅତ୍ୟନ୍ତ ନିରାଡମ୍ବର ଭାବେ ପାଳନ କରାଯିବାକୁ ପ୍ରତିନିଧିମାନେ ନିଷ୍ପତ୍ତି ନେଇଥିଲେ । ଯୋଡା ପ୍ରେସ କ୍ଲବର କର୍ମକର୍ତ୍ତା ଚୟନ ପ୍ରତି ତିନି ବର୍ଷରେ ଥରେ ହେବାକୁ ଥିବା ବେଳେ ଗତ ୫ ବର୍ଷ ହେବ ନୂତନ କର୍ମକର୍ତ୍ତା ଚୟନ କରାଯାଇପାରିନାହିଁ । ଫଳରେ ଉକ୍ତ ପୁରୁଣା କମିଟି କ୍ଲବ ପରିଚାଳନାର କ୍ଷମତା ହରାଇବସିଛି । ତେଣୁ ଆସନ୍ତା ପ୍ରେସ ଦିବସ ପାଳନ ଏବଂ ନୂତନ କମିଟି ଚୟନ ନିମନ୍ତେ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ଦାୟିତ୍ୱ ଅର୍ପଣ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ଶିରିଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକଟିରେ ଆଲୋଚନା କରାଯାଇ ଏକ ଅସ୍ଥାୟୀ କମିଟି ଗଠନ କରାଯାଇଛି । ଉକ୍ତ ଅସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ସାମ୍ବାଦିକ ପ୍ରକାଶ ମହାନ୍ତିଙ୍କୁ ସର୍ବସମ୍ମତିକ୍ରମେ ମନୋନିତ କରାଯାଇଛି । ଏହି ଅସ୍ଥାୟୀ କମିଟିର କାର‌୍ୟ୍ୟକାଳ ଅବଧି ତିନିମାସ ରହିଥିବାବେଳେ ତିନିମାସ ମଧ୍ୟରେ ସ୍ଥାୟୀ କମିଟି ଚୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *

Related Posts