FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ପାଇଁ ଜନଶୁଣାଣୀ ଅନୁଷ୍ଠିତ

୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ପାଇଁ ଜନଶୁଣାଣୀ ଅନୁଷ୍ଠିତ

୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ପାଇଁ ଜନଶୁଣାଣୀ ଅନୁଷ୍ଠିତ
SHARE NOW :

ରାୟଗଡା(ଲାଇଭ ଓଡିଶା ନ୍ୟୁଜ): ଜିଲ୍ଲା କାଶୀପୁର ବ୍ଲକ କଂସାରିଗୁଡା ଠାରେ ହିଣ୍ଡାଲକୋ ପକ୍ଷରୁ ୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଛି। ପୋଡାପାଡି ଠାରେ ଏହି ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନଶୁଣାଣୀ କରାଯାଇଛି। ଏହି ଜନଶୁଣାଣୀ ବୈଠକରେ ସ୍ଥାନୀୟ ଗ୍ରାମବାସୀମାନେ ଭାଗ ନେଇ କାରଖାନା ନିର୍ମାଣ କାର‌୍ୟ୍ୟକୁ ସ୍ବାଗତ କରିଥିଲେ। ଶୀଘ୍ର ନିର୍ମାଣ କାର‌୍ୟ୍ୟ ଆରମ୍ଭ କରିବା ପାଇଁ ଦାବି ମଧ୍ୟ କରିଥିଲେ। ତେବେ ଜନଶୁଣାଣୀ କାର‌୍ୟ୍ୟକ୍ରମକୁ ନିକଟସ୍ଥ ଗାଁ ଲୋକଙ୍କୁ ଛଡା ଯାଇନଥିଲା। ଫଳରେ ସଭାସ୍ଥଳୀ ବାହାରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଆଜି ଜନଶୁଣାଣୀ କାର‌୍ୟ୍ୟକ୍ରମ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ଆଲୁମିନା କାରଖାନା ପାଇଁ ୨୦୨୦ ଜାନୁୟାରୀ ୯ ରେ ହାଇଲେବଲ କ୍ଲିୟରାନ୍ସ ବୈଠକରେ ଅନୁମତି ମିଳିଥିଲା।

Leave a Reply

Your email address will not be published. Required fields are marked *

Related Posts