FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କେନ୍ଦୁଝର ପହଞ୍ଚିଲେ ବୈଜ୍ଞାନିକ ଟିମ୍‌, ଖଣି ଅଞ୍ଚଳରେ ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା

କେନ୍ଦୁଝର ପହଞ୍ଚିଲେ ବୈଜ୍ଞାନିକ ଟିମ୍‌, ଖଣି ଅଞ୍ଚଳରେ ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା

କେନ୍ଦୁଝର ପହଞ୍ଚିଲେ ବୈଜ୍ଞାନିକ ଟିମ୍‌, ଖଣି ଅଞ୍ଚଳରେ ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା
SHARE NOW :


କେନ୍ଦୁଝର, ୧୧/୯ (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଖଣି ଅଞ୍ଚଳରେ ଥିବା ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା ପାଇଁ ଭୁବନେଶ୍ୱରରୁ ଏକ ବୈଜ୍ଞାନିକ ଦଳ ଆଜି କେନ୍ଦୁଝର ପହଞ୍ଚିଛି । କରୋନା ସଂକ୍ରମଣର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା କରାଯାଉଛି । ଭୁବନେଶ୍ୱରରୁ ଏକ ବିଶେଷଜ୍ଞ ଦଳ ପହଞ୍ଚି ଯୋଡା ବ୍ଲକ ଅନ୍ତର୍ଗତ ଧୋବାକୁଚୁଡା ଓ ସେରେଣ୍ଡା ଉପସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ବିକ୍ଷିପ୍ତ ଭାବେ ୮୦ ଟି ରକ୍ତ ନମୁନା ସଂଗ୍ରହ କରିଥିବା ଜଣାପଡିଛି। ସେଥିମଧ୍ୟରୁ ୬ରୁ ୯ ବର୍ଷ ମଧ୍ୟରେ ୪ଟି, ୧୦ରୁ ୧୭ ବର୍ଷ ମଧ୍ୟରେ ୮ଟି ଓ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ୨୮ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବାକୁ ପଠାଯାଇଛି ।


ଆଞ୍ଚଳିକ ରୋଗ ଗବେଷଣା କେନ୍ଦ୍ର (ଆଇସିଏମ୍ଆର)ର ବୈଜ୍ଞାନିକମାନେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଇଲାକାର ଏହି ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ଏଥିରେ ଆଞ୍ଚଳିକ ରୋଗ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡଃ ଅମୀୟ କୁମାର ମହାନ୍ତ, ସହାୟକ ରାକେଶ କୁମାର ପଣ୍ଡା, ଲ୍ୟାବ ଟେକନିସିଆନ ସନ୍ତୋଷ ବେହୁରିଆ, ହେମନ୍ତ ସେନାପତି, କମଳଲୋଚନ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ ।

ତେବେ ଧୋବାକୁଚୁଡା ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଡଃ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତ, ସେରେଣ୍ଡା ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଡଃ ଚନ୍ଦନ କୁମାର ବାରିକ୍ ଏବଂ ସମ୍ପୃକ୍ତ ଅଞ୍ଚଳର ଆଶା କର୍ମି, ଅଙ୍ଗନୱାଡି କର୍ମି ଓ ସ୍ୱାସ୍ଥ୍ୟକର୍ମିମାନେ ସହଯୋଗ କରିଥିଲେ । ଏହି ସର୍ବେକ୍ଷଣ ଆଗାମୀ ତୃତୀୟ ଲହରର ମୁକାବିଲା କରିବା ପାଇଁ ସହାୟକ ହେବ ବୋଲି ଏହି ବିଶେଷଜ୍ଞ ଦଳ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts