- Home
- »
- Breaking News
- »
- ତିନିଦିନିଆ ନକ୍-ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ତିନିଦିନିଆ ନକ୍-ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

SHARE NOW :
କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଂଶେଇକଳା ଓ କଣ୍ଡରା ପଞ୍ଚାୟତ ସୀମାନ୍ତ ଗ୍ରାମ ବଡହୁଣ୍ଡୁଳା ଗ୍ରାମର ଖେଳପଡିଆରେ ହୁଣ୍ଡୁଳା ଗଣେଶ କ୍ଲବ ଆନୁକୂଲ୍ୟରେ ୫ମ ନକ-ଆଉଟ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଝାଡଖଣ୍ଡ ସମେତ ଓଡିଶା ରାଜ୍ୟର ମୋଟ୍ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ଭାଗଲପୁର ଇଲେଭେନ ଟାଇଗର ୧-୦ ଗୋଲରେ ଅଂଶେଇକଳା ଇଶ୍ୱର ଇଲେଭେନ ଟିମକୁ ପରାସ୍ତ କରି ଇଲେଭେନ ଟାଇଗର ଟିମ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସୋୟାବାଲି ଲିପସା ଆଣ୍ଡ ଲିପସା ଟିମ ୧-୦ ଗୋଲରେ କଣ୍ଡରା ଭାଇ ଆଣ୍ଡ ଭାଇ ଟିମକୁ ପରାସ୍ତ କରି ଫାଇନାଲ ମ୍ୟାଚ ମଧ୍ୟକୁ ପ୍ରବେଶ କରିଥିଲେ ।
ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଇଲେଭେନ ଟାଇଗର ଟିମକୁ ୨-୦ ଗୋଲରେ ପରାସ୍ତ କରି ସୋୟାବାଲି ଲିପସା ଆଣ୍ଡ ଲିପସା ଟିମ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ଜିଲ୍ଲା ବରିଷ୍ଠ ବିଜେଡି ଉପସଭାପତି କୁଶ ଆପଟ୍ଟ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ବେଳେ ଅଂଶେଇକଳା ସରପଞ୍ଚ ତଥା ଯୋଡା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ନାଏକ,ପୂର୍ବତନ ସରପଞ୍ଚ ସନ୍ତୋଷ ଓରାମ,ପୂର୍ବତନ ଯୋଡା ବ୍ଲକ ଅଧ୍ୟକ୍ଷ ଗିରିଧାରୀ ନାଏକ,କ୍ରାକରର୍ସ ଇଣ୍ଡିଆ ଲିମିଟେଡର ବରିଷ୍ଠ ଅଧିକାରୀ ବି.ଡି.ଦାସ,ନୂଆମୁଣ୍ଡି ଟିଏସଆରଡିଏସର ଅଧିକାରୀ ରାଜେଶ କୁମାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ତ୍ରିଦିବସୀୟ ନକ-ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିବା ନିମନ୍ତେ ହରିଶ ପୂର୍ତ୍ତୀ,ଚୁନୁ ସିଂହ,ପି.କେ.ପାଲ,ବରୁଣ କୁମାର ବେହେରା ଓ ରାଜୁ ମଣ୍ଡଳ ରେଫରୀ ଭାବେ କାର୍ୟ୍ୟ ତୁଲାଇଥିବା ବେଳେ କ୍ଷୀରୋଦ କୁମାର ଗିରି ଓ ଘନ ମହାନ୍ତ ଦ୍ୱୟ ଭାଷ୍ୟକାର ନିଜ ଭାଷ୍ୟକାରିତା ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଶ୍ରୀ ଆପଟ୍ଟ ଚମ୍ପିଆନ ସୋୟାବାଲି ଲିପସା ଓ ଲିପସା ଦଳକୁ ନଗଦ ୬୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଅପ ଇଲେଭେନ ଟାଇଗର ଦଳକୁ ନଗଦ ୪୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ତୃତୀୟ ଇଶ୍ୱର ଇଲେଭେନ ଦଳକୁ ନଗଦ ୩୦ ହଜାର ଟଙ୍କା ସହ ଟ୍ରଫି ଓ ଚତୁର୍ଥ ଦଳକୁ ନଗଦ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା ।