FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଧେଶକଙ୍କ ବୋଡେ଼ନ ଅଂଚଳ ପରିଦର୍ଶନ

ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଧେଶକଙ୍କ ବୋଡେ଼ନ ଅଂଚଳ ପରିଦର୍ଶନ

ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଧେଶକଙ୍କ ବୋଡେ଼ନ ଅଂଚଳ ପରିଦର୍ଶନ
SHARE NOW :

( ଲାଇଭ ଓଡିଶା ନ୍ୟୁଜ) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ମନରେଗା ଯୋଜନା ରେ ଫାର୍ମପଣ୍ଡ୍ କାର‌୍ୟ୍ୟ ପରିଦର୍ଶନ କରିଛନ୍ତି ପ୍ରକଳ୍ପ ନିର୍ଦ୍ଧେଶକ ଗିରିଜା ଶଙ୍କର ମହାପାତ୍ର।।ଖଇରା ଗ୍ରାମପଂଚୟତ ବାଞ୍ଜିବାହାଲ ଗ୍ରାମର ହରିସିଂ ନାଗ ଙ୍କ ଚାଷ ପୋଖରୀ ବୁଲି ଦେଖିଥିଲେ । ମା ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀର ତତ୍ତ୍ୱାବଧାନରେ ନିର୍ମିତ ହୋଇଛି ଏହି ଚାଷ ପୋଖରୀ । ଏହି ପୋଖରୀ ଖନନରେ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ସହ ମାଛ ଚାଷ କରି ଚାଷୀମାନେ ଅଧିକ ଲାଭ ପାଇପାରିବେ ।ଏହି ଗସ୍ତରେ ଜଳ ବିଭାଜିକା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ମାଝୀ,ବିପ୍ଳବ ଧାରୁଆ, ଜଳ ବିଭାଜିକା ସମ୍ପ୍ରସାରଣ ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ ସରୋଜ କୁମାର ନାଗ ପ୍ରମୁଖ ଯୋଗ ଦେଇଥିଲେ । ଏହି ଗସ୍ତ ବେଳେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Related Posts