- Home
- »
- Breaking News
- »
- ନିଶାଗ୍ରସ୍ତ ଦିଅର ମାଡ଼ରେ ଭାଉଜ ମୃତ
ନିଶାଗ୍ରସ୍ତ ଦିଅର ମାଡ଼ରେ ଭାଉଜ ମୃତ

SHARE NOW :
ମୟୂରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ): ଦିଅର ମାଡରେ ଭାଉଜ ମୃତ। ମୃତ ମହିଳା ଜଣଙ୍କ ହେଉଛନ୍ତି ବାରିପଦା ଟାଉନ ଥାନା ଅଧିନ ତୁଳସୀଚୌରା ୱାର୍ଡ ନଂ-୨୩ ଅଞ୍ଚଳର ଗୀତା ସିଂ। ସୂଚନାଯୋଗ୍ୟ ବାରିପଦା ଟାଉନ ଥାନା ଅନ୍ତର୍ଗତ ତୁଳସୀଚୌରା ୱାର୍ଡ ନଂ -୨୩ ରେ ରହୁଥିବା ଗୀତା ସିଂ(୪୪) ଦିଅର ରବି ସିଂ ଙ୍କ ସହିତ ଦୀର୍ଘ ଦିନ ଧରି ଏକାଠି ରହି ଆସୁଥିଲେ। ରବି ସିଂ ଡ୍ରାଇଭର ଭାବେ ଲୋକଙ୍କ ଗାଡି ଚଳାଉଥିବା ବେଳେ ଗୀତା ସିଂ ଲୋକଙ୍କ ଘରେ ଚାକରାଣୀ ଭାବେ କାର୍ୟ୍ୟ କରିଆସୁଥିଲେ। ଶନିବାର ରାତିରେ ରବି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିବା ପରେ ଗୀତାକୁ ଅନ୍ୟ ପୁରୁଷ ସହିତ ଅସଂଯତ ଅବସ୍ଥାରେ ଦେଖି ଗୀତାକୁ ନିସ୍ତୁକ ମାଡ଼ ମାରିଥିଲା। ଏବଂ ରବି ସିଂ ର ମାଡ଼ରେ ଘଟଣା ସ୍ଥଳରେ ହିଁ ଗୀତା ସିଂ ର ମୃତ୍ୟୁ ହୋଇଯାଇଥିଲା। ଘଟଣା ସମ୍ପର୍କରେ ବାରିପଦା ଟାଉନ୍ ଥାନା ପୋଲିସକୁ ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରବି ସିଂ କୁ ଗିରଫ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ମୃତ ଗୀତା ସିଂ ର ପରିବାର ଲୋକେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରିନଥିବା ବେଳେ ଗୀତା ଦୀର୍ଘ ୫ ବର୍ଷ ଧରି ଚାକରାଣୀ ଭାବେ କାର୍ୟ୍ୟ କରିଆସୁଥିବା ତୁଳସୀଚୌରା ଅଞ୍ଚଳର ପଦ୍ମଲୋଚନ ନାଥ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ପ୍ରକ୍ରିୟାକୁ ଅଗ୍ରସର କରିଛି। ହତ୍ୟା କରି ଦିଅର ରବି ସିଂ ପୋଲିସ ସମ୍ମୁଖରେ ନିଜର ଭୁଲ ସ୍ୱୀକାର କରିବା ସହ ଘଟଣା ସମ୍ପର୍କରେ ସବୁ ସତ ବଖାଣିଛି।