FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଛେଣ୍ତିପଦା ବ୍ଲକ ପରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ମୃତ

ଛେଣ୍ତିପଦା ବ୍ଲକ ପରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ମୃତ

ଛେଣ୍ତିପଦା ବ୍ଲକ ପରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ମୃତ
SHARE NOW :

ଅନୁଗୋଳ(ଲାଇଭ ଓଡିଶା ନ୍ୟୁଜ): ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଜରପଡା ଥାନା ଅନ୍ତର୍ଗତ ପରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପରା ଗ୍ରାମର ସୋମନାଥ ସାହୁ । ଆଜି ଭୋର୍ ସମୟରେ ଗାଁ ପାଖରେ ଥିବା ବାଘଦରି ନିକଟ ପଣସ ତୈଳା ଠାରେ ଥିବା ତାଙ୍କର ବଗିଚାରୂ ବାଇଗଣ ତୋଳି ବଗିଚା ଭିତରୁ ବାହାରକୁ ବେଳେ ନିକଟରେ ଛପିଥିବା ଏକ ଦନ୍ତାହାତୀ ତାଙ୍କୁ କଚାଡି ଦେଇଥିଲା । ହତୀଟି ସୋମନାଥପୁର ଏପରି ଭାବେ କଚାଡି ଥିଲାବଳେ ଶରୀର ଖଣ୍ତ ଖଣ୍ତ ହୋଇଯାଇ ଥିଲା ଏବଂ ସୋମନାଥଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା କ୍ଷ ଘଟଣା ଘଟିବାର ୩ଘଣ୍ଟା ବିତିଯାଇଥିଲେ ମଧ୍ୟ ଘଟଣା ସ୍ଥଳକୁ ବନ ବିଭାଗ ପହଞ୍ଚି ନଥିବାରୁ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।

Leave a Reply

Your email address will not be published. Required fields are marked *

Related Posts