FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ତସ୍ମୈ ଶ୍ରୀ ଗୁରବେ ନମଃ

ତସ୍ମୈ ଶ୍ରୀ ଗୁରବେ ନମଃ

ତସ୍ମୈ ଶ୍ରୀ ଗୁରବେ ନମଃ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ବିଦ୍ୟା ସର୍ବତ୍ର ପୂଜ୍ୟତେ, ବିଦ୍ୟାବାନ ସମସ୍ତଙ୍କର ଆଦରଣୀୟ, ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି | ‘ଗୁ’ ଶବ୍ଦର ଅର୍ଥ ଅନ୍ଧାର ‘ରୁ’ ଶବ୍ଦର ଅର୍ଥ ଆଲୁଅ | ଭାରତର ପୁରାଣ ଓ ଦର୍ଶନରେ ଯିଏ ଅଜ୍ଞାନ ଅନ୍ଧାର ରୁ ଜ୍ଞାନର ଆଲୋକ କୁ ବାଟ କଢେଇ ନିଅନ୍ତି ତାଙ୍କୁ ଗୁରୁ ବୋଲାଯାଏ | ‘ଗୁରୁ ‘ବିଶ୍ୱବନ୍ଦନୀୟ ‘ ଗୁରୁ ଊସ୍ହାହ ର ମୂଳାଧାର | ପାଶ୍ଚାତ୍ୟ ଦର୍ଶନରେ ନିଦ୍ଧିଷ୍ଟ ପରମ୍ପରା ବା ଧର୍ମର ପରିସୀମା ଭିତରେ ନଥାଇ ଯିଏ ଅନେକ ଅନୁଗାମୀ ଏକାଠି କରନ୍ତି ତାଙ୍କୁ ଗୁରୁ କୁହାଯାଏ ଏଭଳି ଏକ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଜଣେଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ |

ଗୁରୁ ଜଣେ ସଦାଚାରୀ,କର୍ତ୍ତବ୍ୟନିଷ୍ଠ ପରୋପକାରୀ ବ୍ୟକ୍ତି ହେବା ଊଚିତ୍, ତାଙ୍କ କାର୍ଯ୍ୟ ଶୈଳିରେ ବୈଜ୍ଞାନିକ ଙ୍କ ବିଚାର ଧାରା, କୃଷକର ଊଦଯୋଗ ସୈନିକର ପ୍ରତିବଦ୍ଧତା ଓ ପ୍ରଶାସକର ଅଙ୍ଗୀକାର ବଦ୍ଧତା ରହିବା ଆବଶ୍ୟକ | ଦେଶରେ ରାଜା ସମାଜରେ ଗୁରୁ ପରିବାରରେ ପିତା, ସୃଷ୍ଟିରେ ନାରୀ ଏମାନେ ସାଧାରଣ ନୁହନ୍ତି , କାରଣ ନିର୍ମାଣ ଓ ପ୍ରଳୟ ଏମାନଙ୍କ ହାତରେ ଥାଏ |ଯେତେବେଳେ ଶିକ୍ଷା ରୂପକ ଅଗ୍ନି ସ୍ପୁଲିଙ୍ଗ ହୋଇ ହଜାର ହଜାର ଦୀପକୁ ପ୍ରଜ୍ୱଳିତ କରେ ସେତେବେଳେ ସମାଜ ଜ୍ଞାନ ଆଲୋକରେ ଆଲୋକିତ ହୁଏ ଯାହା ଦେଖାଦେଈଛି ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ଙ୍କ କ୍ଷେତ୍ରରେ ଅଚ୍ୟୁତ ଯିଏ ନିଜର ଗତିପଥରୁ , କର୍ତ୍ତବ୍ୟପରାୟଣତା ଦାୟୀତ୍ୱବୋଧରୁ ଚ୍ୟୁତ ହୋଇନଥିବା ଦରଦୀ ମଣିଷଟିଏ | ଜୀବନର ପ୍ରାରମ୍ଭରୁ ଆରମ୍ଭ ହୋଇଥିବା ପ୍ରତିକୁଳ ପରିସ୍ତିତିକୁ ସମ୍ନା କରି ସଂଘର୍ଷକୁ ନିଜର କରି ଆଗକୁ ବଢିଥିବା ମହାଦୃମଟିଏ , ଯିଏ ଦୀପଟିଏ ହୋଇ ହଜାର,ହଜାର, ଆଲୋକ ବର୍ତ୍ତିକା ପ୍ରଜ୍ୱଳିତ କରି ଆଲୋକ ର ଦିବ୍ୟ ଜ୍ୟୋତିଧାରା ରେ ସେମାନଙ୍କ ଜୀବନକୁ କୁସୁମିତ କରିବା ସହ ଅନେକ ମଣିଷ ତିଆରି କାରାଖାନା ର ପ୍ରାଣ ପ୍ରତିଷ୍ଠାତା,ସେ ମାନବ ନୁହନ୍ତି ଜଣେ ଅନୁଷ୍ଠାନ, ସେହି ଅଦମ଼୍ୟ ଚେଷ୍ଟା, ନିରନ୍ତର ପ୍ରୟାସ ଅବିଚଳ ମନୋନିବେଶ, ଉଚ୍ଚକାଂକ୍ଷା, ତାଙ୍କୁ କର୍ମଯୋଗୀରେ ରୁପାନ୍ତର କରିଦେଇଛି | ଅଭାବ ଅନାଟନର ସଂଘର୍ଷରେ ବଢି ଅଧ୍ୟାପନାରୁ ନିଜର ଦାୟୀତ୍ୱବୋଧ ଜୀବନର ଅୟ ଆରମ୍ଭ ଚାକିରି କରି ଅର୍ଥ ରୋଜଗାରରେ ନିଜର ପରିବାର, ଅଞ୍ଚଳର ଊନ୍ନତିରେ ସହାୟକ ହୋଇପାରିଥା’ନ୍ତେ କିନ୍ତୁ ବିଧାତାର ବିଚାର ଭିନ୍ନ ସମଗ୍ର ବିଶ୍ୱକୁ ପରିବାର ଭାବି ସାଂସାରିକ ମୋହମାୟାରୁ ନିଜକୁ ଊର୍ଦ୍ଧ୍ୱରେ ରଖି ବିଶ୍ୱ କଲ୍ୟାଣାର୍ଥେ ସମର୍ପିତ , ଯିଏ ହଜାର ହଜାର ଗରୀବ, ନିରୀହ, ନିଷ୍ପେସିତ, ଅବହେଳିତ ପିଲାଙ୍କୁ ଶିକ୍ଷାର ଆଲୋକ ବର୍ତ୍ତୀକାରେ ଆଲୋକିତ କରିବେ, ଯିଏ ସମାଜର ହିତ ପାଇଁ ସମର୍ପିତ ସେ କ୍ଷୁଦ୍ରସ୍ୱାର୍ଥ ପାଇଁ ବନ୍ଧନ ଯୁକ୍ତ ହୋଇଥାନ୍ତେ କିପରି ? ଇଶ୍ୱର ଯାହାଙ୍କୁ ଅନୁଷ୍ଠାନ କରି ଗଢିତୋଳିଛନ୍ତି ସେ ବ୍ୟକ୍ତି ବିଶେଷରେ ସନ୍ତୁଷ୍ଟ ହେବେ କିପରି? ଅଭାବ ଅନାଟନକୁ ଅତିନିକଟରୁ ଦେଖିଥିବା ଦରଦୀ ମଣିଷଟି ହଜାର ହଜାର ଗରୀବ ନିସ୍ପେସିତ, ଆର୍ଥିକ ଦୁର୍ବଳ ଅନଗ୍ରସର ଜନଜାତି ପିଲାମାନଙ୍କର ଜୀବନ ଜୀବିକା ଊଜ୍ୱଳ ଭବିଷ୍ୟତ ଗଢିବାର ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଈ ଆସିଲେ | ପାଲଟିଗଲେ ସେମାନଙ୍କର ପଥପଦର୍ଶକ, ମାର୍ଗଦର୍ଶକ,ବଦଳେଈ ଦେଲେ ସେମାନଙ୍କର ଜୀବନ ଶୈଳି ପ୍ରତିଷ୍ଠିତ କରେଈ ଦେଲେ ସମାଜରେ | ସେମାନଙ୍କ ମଧ୍ୟରେ ଥିବା ସୁପ୍ତ ପ୍ରତିଭାକୁ |ଆହ୍ୱାନ ଦେଲେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ |
କଲରାବାଙ୍କରୁ ଜନ୍ମିତ ହୋଇ ‘କଳିଙ୍ଗ’ କୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା କରାଇବାରେ କଳିଙ୍ଗ ମାଟିର ଯୋଗ୍ୟ ସନ୍ତାନ ଊସ୍ହର୍ଗୀକୃତ ମନୋଭାବ ସଫଳ ରୁପାୟନ କରି ପାରିଛନ୍ତି ମାଟି ମାଆ(କଳିଙ୍ଗ) କୁ ଭଲପାଊଥିବା ଦରଦୀ ମଣିଷଟି ପ୍ରତିଷ୍ଠା କରିଥିବା ସମସ୍ତ ଅନୁଷ୍ଠାନ ‘କଳିଙ୍ଗ’ନାମରେ ସମର୍ପିତ | କଳିଯୁଗ ର ବସ୍ତୁବାଦୀ ଦୁନିଆରେ ସ୍ୱାର୍ଥନ୍ୱେଷୀ ମଣିଷ ନିଜର ଅଥବା ସଂପର୍କୀୟ ମାନଙ୍କୁ ଗୁରୁତ୍ୱାରୋପ କରୁଥିବା ବେଳେ ଜନ୍ମମାଟିକୁ ଭଲ ପାଊଥିବା ବ୍ୟକ୍ତି ସେମାନଙ୍କ ଠାରୁ ଊର୍ଦ୍ଧରେ | ଏହା ମଧ୍ୟ ଆଜିର ସମାଜ ପାଇଁ ଅନୁକରଣୀୟ |

ସମଗ୍ର ଓଡ଼ିଶାର ବଣ ପାହାଡ଼ ଘେରା ଜନଜାତି ମୁଲକର ଗରୀବ,ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ପ୍ରଦୀପଟିଏ କରି ଗଢିତୋଳିବାର ଯେଊଁ ଅଦମ୍ୟ ପ୍ରୟାସ,ଅବିଚଳିତ ମନୋବୃତ୍ତି ନିରନ୍ତର ଚେଷ୍ଟା ତାଙ୍କୁ ମହାନ ରୁ ମହାନୁତ୍ତର କରିଛି | ଶିକ୍ଷାର ଅଭାବ ଯୋଗୁଁ ଯେଊଁମାନେ ନିଜର କୌଳିକ ବୃତ୍ତିକୁ ଆପଣେଇ ଥାଆନ୍ତେ ଅଥବା ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ହୋଇଥାନ୍ତେ ସେମାନେ ଆଜି ଆଲୋକ ବର୍ତ୍ତିକା ହୋଇ ନିଜର, ନିଜ ପରିବାରର, ନିଜ ଅଞ୍ଚଳର ଓଡ଼ିଶା ମାଟିର ସଫଳ ଭାବେ ନିଜକୁ ଊପସ୍ଥାପିତ କରିପାରିଛନ୍ତି ଜଣେ ବ୍ୟକ୍ତି ବିଶେଷ ଦୁଇ ଦୁଇଟି ବିଶ୍ୱବିଦ୍ୟାଳୟ (କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ ବିଶ୍ୱବିଦ୍ୟାଳୟ )ର ପ୍ରାଣ ପ୍ରତିଷ୍ଠାତା ଅଭାବ ଅନାଟନରେ ପଢିପାରୁନଥିବା ଅନେକ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ମାଗଣା ଶିକ୍ଷା ପାଇଁ ଦାୟୀତ୍ୱ ବହନକରି କେବଳ ସେମାନଙ୍କର ପଥ ପ୍ରଦର୍ଶକ ନୁହନ୍ତି ସମସ୍ତ ଶିକ୍ଷାପ୍ରେମୀ ମାନଙ୍କ ଆଦର୍ଶ ପାଲଟି ଯାଇଛନ୍ତି, ବୀର ସହୀଦମାନଙ୍କର ସନ୍ତାନମାନେ ଅଥବା କରୋନାରେ ବଳିଦାନ କରିଥିବା ଯୋଦ୍ଧାମାନଙ୍କର ସନ୍ତାନମାନେ, ସମସ୍ତଙ୍କୁ ମାଗଣାରେ ଶିକ୍ଷାଦାନ କରିବାର ଯେଊଁ ବଳିଷ୍ଠ ପଦକ୍ଷେପ ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ, ସମାଜର ଅବହେଳିତ,ଦୁର୍ଘଟଣା ଗ୍ରସ୍ତ ପରିବାର ଅନାଥ ପିଲାଙ୍କ ସାମନ୍ତସାର୍ ଆଶାର ଆଲୋକ |ନିଜେ ଜନ୍ମରୁ ଅଭାବ ଅନାଟନ ଭିତରେ ପରିସ୍ଥିତିର ଚରମ, ପ୍ରତିକୁଳ ପରିସ୍ଥିତି ସତ୍ୱେ ନିଜେ ସଂଘର୍ଷ କରି ଆଜି ହଜାର ହଜାର ପିଲାଙ୍କୁ ସଫଳତାର ଶୀର୍ଷ ଛୁଆଇଁ ପାରିଛନ୍ତି |ସେଥିମଧ୍ୟ ରୁ ଶତାଧିକ ଗରିବ ପିଲା ଡ଼ାକ୍ତର ହୋଈ ଆଜି ଏ ମହାମାରୀ ସମୟରେ ମାନବ ସମାଜ ର ଚିକିସ୍ହା ସେବାରେ ଲାଗିଛନ୍ତି |

ମଣିଷ ଯେତେବେଳେ ଲୋଭ ମୋହ ମାୟା ପଛରେ ପଡ଼ି ସର୍ବଦା ବସ୍ତୁବାଦୀ ହୋଇ ଆଗକୁ ଦୌଡ଼େ ସେହି ସମୟରେ ଏଭଳି ଏକ ବ୍ୟକ୍ତି ନିଜ ମାଟି ମାଆକୁ ପ୍ରାଣ ଭଳି ଭଲପାଇ ନିଜଗାଁକୁ ସମଗ୍ର ଦେଶରେ ଏକ ଆଦର୍ଶ ଗ୍ରାମରେ ପରିଣତ କରିପାରିଛନ୍ତି ଏହା ଆଜିର ସମାଜ ପାଇଁ ଅନୁକରଣୀୟ ,ଭାରତୀୟ ପରମ୍ପରାରେ ଗୁରୁଙ୍କ ସ୍ଥାନ ଅତୁଳନୀୟ | ଏହି ପବିତ୍ର ଗୁରୁଦିବସ ଅବସରରେ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାରଙ୍କ ନିଷ୍ଠା ,ତ୍ୟାଗପୁତ ଜୀବନ, ସମୟାନୁ ବର୍ତ୍ତୀତା,ଦାୟୀତ୍ୱବୋଧ,କର୍ତ୍ତବ୍ୟ ପରାୟଣତା,ସେବା ମନୋବୃତ୍ତି,ସମର୍ପଣ ଭାବ ସର୍ବଦା ସମାଜ ପାଇଁ ଅନୁକରଣୀୟ,ଅର୍ଜନ କରିଥିବା ଶିକ୍ଷା କୁ ନିଜର ଜୀବନ ଶୈଳୀରେ ବ୍ୟବହାର ସହ ଅନ୍ୟର ଊପକାର ତଥା ସମାଜର ହିତ ସାଧନ ନିମନ୍ତେ ‘ଗୁରୁ’ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ପ୍ରବର୍ତ୍ତାଇ ଥାଆନ୍ତି |ସକାରାତ୍ମକ ଚିନ୍ତାଧାରା ସ୍ୱପ୍ନକୁ ସାକାର କରିବାର ମଣିଷଟିଏ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ,ଦୀପଟିଏ ହଜାର ହଜାର ଦୀପକୁ ପ୍ରଜ୍ୱଳିତ କରି ସେମାନଙ୍କର ଜୀବନ ଜୀବିକାକୁ ପ୍ରଭାବିତ କରିପାରୁଥିବା ସେହି ମହାନ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ଙ୍କୁ କୋଟି ପ୍ରଣାମ ,ବାସ୍ତବିକ୍ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ଗୁରୁ ଙ୍କ ଗୁରୁ | ସର୍ବାଗ୍ରେ ‘ତସ୍ମୈ ଶ୍ରୀ ଗୁରବେ ନମଃ’

              

Leave a Reply

Your email address will not be published. Required fields are marked *

Related Posts