FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଦୀର୍ଘ ୧୮ମାସ ପରେ ରାଜ୍ୟରେ ଖୋଲିଲା ସ୍କୁଲ

ଦୀର୍ଘ ୧୮ମାସ ପରେ ରାଜ୍ୟରେ ଖୋଲିଲା ସ୍କୁଲ

ଦୀର୍ଘ ୧୮ମାସ ପରେ ରାଜ୍ୟରେ ଖୋଲିଲା ସ୍କୁଲ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) ଦୀର୍ଘ ୧୮ମାସ ପରେ ଆଜିଠାରୁ ରାଜ୍ୟରେ ଖୋଲିଲା ପ୍ରାଥମିକ ସ୍କୁଲ । ରାଜ୍ୟରେ ଥିବା ସମସ୍ତ ସରକାରୀ , ବେସରକାରୀ ଓ ସରକାରା ଅନୁଦାନ ପ୍ରାପ୍ତ ଓଡିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିଛି । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢା ଆରମ୍ଭ ହୋଇଛି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । କରୋନା ସଂକ୍ରମଣକୁ ଦୃଷ୍ଟି ଆଗରେ ରଖି ସ୍କୁଲକୁ ପରିଷ୍କାର ପରିଚ୍ଛନ କରାଯିବା ସହ ବିଶୋଧନ କରାଯାଇଛି ।

ପ୍ରଥମ ଦୁଇଦିନ ପାଠ ପଢା ନହୋଇ ପିଲାମାନଙ୍କ ମଧ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିବ । ୧୮ମାସ ପରେ ସ୍କୁଲ ଖୋଲିବାକୁ ନେଇ ପିଲାମାନଙ୍କ ମନରେ ମଧ୍ୟ ବେଶ୍ ଉତ୍କଣ୍ଠା ଭରି ରହିଛି । ପିଲାମାନେ ଅଧିକ ଦିନ ଘରେ ରହି ଯାଇଥିବାରୁ ସେମାନଙ୍କୁ ପୁଣି ସ୍କୁଲ ପରିବେଶ ସହ ଖାପ ଖୁଆଇବା ପାଇଁ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଂଗୀତଗାନ, ଚିତ୍ରାଙ୍କନ ଆଦି କରାଯିବ ।

Leave a Reply

Your email address will not be published. Required fields are marked *

Related Posts