- Home
- »
- Breaking News
- »
- ଭକ୍ତି ଆଗରେ ହାର ମାନିଲା ଡାକ୍ତରୀ ବିଜ୍ଞାନ
ଭକ୍ତି ଆଗରେ ହାର ମାନିଲା ଡାକ୍ତରୀ ବିଜ୍ଞାନ

SHARE NOW :
ଆଗ୍ରା(ଲାଇଭ ଓଡିଶା ନ୍ୟୁଜ): ଭଗବାନଙ୍କ ହାତରେ ହେଲା ପ୍ଲାଷ୍ଟର । ମେଡକାଲରେ ପଂହଚି ଚିକିସ୍ôିତ ହେଲେ ଲଡୁ ଗୋପାଳ । ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ପୂଜାରୀ ନିଜ ଲଡୁ ଗୋପାଳଙ୍କୁ କୋଳରେ ଧରି ଡାକ୍ତରଙ୍କ ସାମ୍ନାରେ ଭଗବାନଙ୍କୁ ଭଲ କରିଦେବା ପାଇଁ କାକୁତିମିନତୀ ହୋଇଛନ୍ତି । ଏକଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏମିତି ଘଟଣା ଘଟିଛି ଆଗ୍ରା ସହରରେ । ମନ୍ଦିରରେ ଜଣେ ପୂଜକ ଲଡ୍ଡୁ ଗୋପାଳଙ୍କ ପ୍ରତିମୂର୍ତ୍ତି ନେଇ ହଠାତ ହସ୍ପିଟାଲରେ ପହଞ୍ଚି ଥିଲେ। ଯାହାକୁ ନେଇ ତାଜୁବ ହୋଇ ଯାଇଥିଲେ ମେଡିକାଲ୍ କର୍ତ୍ତୃପକ୍ଷ। ଆଉ ଭଗବାନଙ୍କ ପ୍ରତି ଥିବା ତାଙ୍କର ଅନନ୍ୟ ଭକ୍ତି ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇ ଯାଇଛନ୍ତି। ଗତ ଶୁକ୍ରବାର ଲେଖ ସିଂହ ନାମକ ଜଣେ ପୂଜାରୀ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଧରି ମେଡିକାଲରେ ପହଂଚିଥିଲେ। କାନ୍ଦି କାନ୍ଦି ଚିକିତ୍ସା ପାଇଁ ନିବେଦନ କରୁଥିଲେ। ସକାଳେ ଗାଧୋଇ ଦେବା ବେଳେ କୁଆଡେ ମୂର୍ତ୍ତିଟି ପଡ଼ି ଯିବାରୁ ଲଡୁ ଗୋପାଳଙ୍କ ହାତ ଭାଙ୍ଗି ଯାଇଛି। ଏଥିରେ ପୂଜାରୀ ଜଣଙ୍କ ଦୁଃଖ ପ୍ରକାଶ କରି ଭୋ ଭୋ ହୋଇ କାନ୍ଦିଥିଲେ। । ନିଜେ ଅନେକ ଥର ଗୋପାଳଙ୍କ ହାତକୁ ପ୍ଲାଷ୍ଟର କରିଥିଲେ ବି ସଫଳ ହୋଇନଥିଲେ। ଶେଷରେ ଲଡୁ ଗୋପାଳଙ୍କୁ କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ତାଙ୍କ କାନ୍ଦ ଓ ଭକ୍ତି ଦେଖି ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ ମେଡିକାଲ ଷ୍ଟାଫ। ଶେଷରେ ଲଡୁ ଗୋପାଳଙ୍କ ହାତର ପ୍ଲାଷ୍ଟର କରା ଯାଇଥିଲା। ଏହା ପରେ ଲଡୁ ଗୋପାଳଙ୍କୁ ଧରି ଘରକୁ ଫେରିଥିଲେ ପୁରୋହିତ।