- Home
- »
- Breaking News
- »
- ଆଖୁଆଓଡ଼ଙ୍ଗ ହାଇସ୍କୁଲରେ ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ ଉଦ୍ଘାଟିତ
ଆଖୁଆଓଡ଼ଙ୍ଗ ହାଇସ୍କୁଲରେ ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ ଉଦ୍ଘାଟିତ

SHARE NOW :
କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକଳପଡା ନିର୍ବାଚନ ମଣ୍ଡଳୀ ରେ ଥିବା ମାର୍ଶାଘାଇ ବ୍ଲକର ଆଖୁଆଓଡ଼ଙ୍ଗ ଫୋକସ ହାଇସ୍କୁଲ ରେ ନୁର୍ତନ କମ୍ପ୍ୟୁଟର ଲ୍ୟାବ ଉଦଘାଟନ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କର କମ୍ପ୍ୟୁଟର ଶିକ୍ଷାର ବିକାଶ ପାଁଇ ତଥା ସେମାନଙ୍କର ଭବିଷ୍ୟତ ଗଠନ ପାଁଇ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓ ମୋ ସ୍କୁଲ ଅଭିଯାନ ର ସଦସ୍ୟ ମାନଙ୍କ ଦ୍ୱାରା ଅତ୍ୟାଧୁନିକ କମ୍ପୁଟର ଲ୍ୟାବ ର ଉଦଘାଟନ ହୋଇଅଛି । ସ୍କୁଲ ର ସଭାପତି ତଥା ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମଧୁମିତା ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ମୁରଲୀ ଧର ପରିଡା, ମୁଖ୍ୟବକ୍ତା ଶ୍ରୀଯୁକ୍ତ ପର୍ଶୁରାମ ଲେଙ୍କା , ସମ୍ମାନନୀୟ ଅତିଥି ଦେବାଶିଷ ମହାନ୍ତି(ଅଧକ୍ଷ ସୋନପୁର କଲେଜ), ଶ୍ରୀ କୀର୍ତନ ଚନ୍ଦ୍ର ସାହୁ(ଅଧକ୍ଷ ବିଶ୍ୱବ୍ୟାଙ୍କ, ୱାସିଂଟନ, ଆମେରିକା), ଶ୍ରୀ ନିରଞ୍ଜନ ନାୟକ(ଜେନେରାଲ ମ୍ୟାନେଜେର ବ୍ଲୁ ଷ୍ଟାର), ଶ୍ରୀ ଦେବେନ୍ଦ୍ର ଦାସ(ପ୍ରୋଗ୍ରାମ ମ୍ୟାନେଜେର, ଟେକ ମହିନ୍ଦ୍ରା), ଶ୍ରୀ ସଂଗ୍ରାମ କେଶରୀ ପରିଡା(ଅଧ୍ୟାପକ ପାରାଦ୍ୱୀପ କଲେଜ), ଶ୍ରୀ ଶତ୍ରୁଘନ ବେହେରା(ବ୍ଲକ ଶିକ୍ଷାଧିକାରୀ), ଶ୍ରୀ ପ୍ରସନ କୁମାର ପରିଡା(ସଭାପତି ମୋ ସ୍କୁଲ ଅଭିଯାନ) ଓ ବର୍ତମାନ ର ନୋଡାଲ ସ୍କୁଲ ର ନବନିଯୁକ୍ତ ସଭାପତି ଶ୍ରୀ ଦିପ୍ତୀରଂଜନ ଲେଙ୍କା ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ସଭା ପରିଚାଳନା କରିଥିଲେ ସ୍କୁଲ ର ପୁରାତନ ଛାତ୍ର ତଥା ବର୍ତମାନର ଶିକ୍ଷକ ଶ୍ରୀ ଶାନ୍ତନୁ ବିଶ୍ୱାଳ ଏବଂ ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ସଫଳ କରାଇ ଥିଲେ ।