FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସ୍କୁଲ୍ ପରିସରରେ ମଦ୍ୟପଙ୍କ ଉତ୍ପାତ

ସ୍କୁଲ୍ ପରିସରରେ ମଦ୍ୟପଙ୍କ ଉତ୍ପାତ

ସ୍କୁଲ୍ ପରିସରରେ ମଦ୍ୟପଙ୍କ ଉତ୍ପାତ
SHARE NOW :


କେନ୍ଦ୍ରାପଡ଼ା( ଲାଇଭ ଓଡିଶା ନ୍ୟୁଜ୍‌) : ଆଜିର ପିଲା କାଲିର ଭବିଷ୍ୟତ । ଏବଂ ଏମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାର ଦାୟିତ୍ୱ ନେଇଛି ମନ୍ଦିର ସମାନ ବିଦ୍ୟାଳୟ । କିନ୍ତୁ ଆଜି ସେ ବିଦ୍ୟାଳୟ ଧରାଶାୟୀ । ନିଜର ପରିବେଶକୁ ସେ କରିପାରୁନି ସ୍ୱଚ୍ଛ । ସେଠାରେ ପିଲାଙ୍କ ଆସର ନୁହେଁ ସେଠି ଜମୁଛି ମଦୁଆଙ୍କ ଆସର । ସେଠି ଖାତା କଲମ ବଦଳରେ ଦେଖିବାକୁ ମିଳୁଛି ଭଙ୍ଗା ମଦବୋତଲର କାଚ ଓ ଆମିଷ କଣ୍ଟା ଓ ଅଇଁଠା ପତ୍ର । ଧୀରେଧୀରେ ପ୍ରଦୂଷିତ ହେଉଛି ବିଦ୍ୟାଳୟର ବାତାବରଣ । ଯାହାର ସିଧା ପ୍ରଭାବ ପଡୁଛି କାଲିର ଭବିଷ୍ୟତ ଉପରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଗରଦପୁର ବ୍ଲକ ଅନ୍ତର୍ଗତ ମହମୁଦା ଗ୍ରାମରେ ଥିବା କାଳିଆ ଘାଇ ନଟବର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ । ଗତକାଲି ବିଦ୍ୟାଳୟ ପରିସରରେ ଭଙ୍ଗା ମଦ ବୋତଲ ସହ ଆମିଷ ଅଇଁଠା ପତ୍ର ଦେଖିବାକୁ ମିଳିଥିଲା । ସୂଚନା ମୂତାବକ ଗତକାଲି ବିଳମ୍ବିତ ରାତିରେ ଖମାଗାଁ ଗ୍ରାମର ଯୁବକମାନେ ରାଧା କୃଷ୍ଣଙ୍କ ଭସାଣି ପରେ ମଦ୍ୟପାନ କରିବାକୁ ଏକ ନିରଳା ସ୍ଥାନର ସନ୍ଧାନରେ ସ୍କୁଲ ପରିସର ମଧ୍ୟକୁ ପ୍ରବେଶ କରିଥିଲେ । ତେବେ ସକାଳୁ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସି ମଦ୍ୟପମାନଙ୍କର ଉତ୍ପାତ ଦେଖିବାକୁ ପାଇଥିଲେ । ବାରମ୍ବାର ମଦ୍ୟପ ଯୁବକ ମାନେ ଏହିଭଳି କାଣ୍ଡ କରିବା ଫଳରେ ପିଲାମାନଙ୍କ ଗୋଡରେ କାଚ ପଶୁଛି ଏବଂ ସେମାନେ ଛୁଟି ନେବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟ ପଟରେ ସ୍କୁଲ୍ ପରିସରରେ ପାଚେରୀ ନଥିବାରୁ ମଦ୍ୟପ ମାନଙ୍କ ପ୍ରବେଶ ପାଇଁ ସୁବିଧା ହୋଇ ଯାଉଛି ।ଏହି ବାବଦରେ ସ୍ଥାନୀୟ ପାଟକୁରା ଥାନାରେ ଅଭିଯୋଗ କରାଯାଇଛି କିନୁ ବର୍ତ୍ତମାନ ସୁଦ୍ଧା ଥାନା ଅଧିକାରୀ ତଦନ୍ତ କରିନାହିଁ ।ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଏହି ଘଟଣାକୁ ନିନ୍ଦା କରିବା ସହିତ ତୁରନ୍ତ ପାଚେରୀ ନିର୍ମାଣ ଏବଂ ଦୋଷୀ ଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts