ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

SHARE NOW :
ରାୟଗଡ଼ା,୨୩,୯(ଲାଇଭ୍ ଓଡିଶା ନ୍ୟୁଜ୍): ରାୟଗଡ଼ା ଜିଲ୍ଲା ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ପକ୍ଷରୁ ବିଭିନ୍ନ ଦାବିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ଜିଲ୍ଲା ସଂପାଦିକା ଉଷା ରାଣୀ ଦାଶଙ୍କ ନେତୃତ୍ୱରେ ରାୟଗଡ଼ା ଗଜପତି ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା ।
ଦାବିଗୁଡିକ ମଧ୍ୟରେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା ସହ ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମାସିକ ବେତନ ୧୮ ହାଜର ଟଙ୍କା ପ୍ରଦାନ ଓ ସହାୟିକା ମାନଙ୍କୁ ୯ ହଜାର ଟଙ୍କା ପ୍ରତି ମାସରେ ପ୍ରଦାନ କରାଯିବା ଏହିଭଳି ବିଭିନ୍ନ ଦାବି କରିଛି ସଂଘଠନ ।
ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ତଥା ରାୟଗଡ଼ା ଜିଲ୍ଲା ପ୍ରଭାରୀ ଯୋଗେଶ୍ଵର ଦାସ ଦୃଢ଼ ଦାବି କରିଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘ ରାଜ୍ୟ ରାଜ୍ୟ ସଂପାଦକ ତଥା ରାୟଗଡା ଜିଲ୍ଲା ପ୍ରଭାରୀ ଯୋଗେଶ୍ଵର ଦାସ , ଜିଲ୍ଲା ଉପସଭାପତି ମହନ ରାଓ ମାଝୀ , ଜିଲ୍ଲା ସଂପାଦକ ଖଗେଶ୍ବର ସିଂ , ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ ର ରମା ବାଉରୀ , କେ. ତ୍ରୀବେନି , ବିଷ୍ଣୃପ୍ରିୟା ପଟ୍ଟନାୟକ , ଶିତା ଗାଗାରାଙ୍ଗା , ସଂଯୁକ୍ତା ରଥ , ପ୍ରମୁଖ ଯୋଗଦାନ କରି ଅଙ୍ଗନୱାଡ଼ି କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ।