FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବିଧାନସଭା ପର୍ବରୁ ସର୍ବଦଳୀୟ ବୈଠକ

ବିଧାନସଭା ପର୍ବରୁ ସର୍ବଦଳୀୟ ବୈଠକ

ବିଧାନସଭା ପର୍ବରୁ ସର୍ବଦଳୀୟ ବୈଠକ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ବ୍ୟୁରୋ): ଆସୁଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଆସନ୍ତା ଡିସେମ୍ବର ୧ ରୁ ୩୧ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଆସନ୍ତା ୨୯ ତାରିଖରେ ସର୍ବଦଳୀୟ ବୈଠକ ବସିବ । । ଅଧିବେଶନରେ ୨୬ଟି କାର୍ଯ୍ୟଦିବସ ରହିଛି ।ଏଥର ବି କରୋନା କଟକଣା ଭିତରେ ଅଧିବେଶନ ହେବ । ଶୀତ ଅଧିବେଶନ ପୂର୍ବରୁ ୩ ଦିନ ଧରି ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବ । ଯେଉଁ ମାନଙ୍କର ରିପୋର୍ଟ୍ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନ ପାଇଁ ପ୍ରବେଶ ଅନୁମତି ମିଳିବ ।ପ୍ରଶ୍ନକାଳ ସମୟରେ ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋ ହଲ୍ଲା କରି ପାରିବେନି ବୋଲି ବାଚସ୍ପତି ସୂଚନା ଦ୍‌ଇଛନ୍ତି । ଶିମିଳାରେ ବସିଥିବା ସମସ୍ତ ବାଚସ୍ପତିଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇ ଥିବା କହିଛନ୍ତି ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର । ଏନେଇ ସର୍ବଦଳୀୟ ବୈଠକରେ ସବୁ ଦଳକୁ ଜଣାଇ ଦିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts