- Home
- »
- Breaking News
- »
- ବିଜେଡି କର୍ମୀଙ୍କ ନାଁରେ ମାଡ ମାରିବା ଅଭିଯୋଗ
ବିଜେଡି କର୍ମୀଙ୍କ ନାଁରେ ମାଡ ମାରିବା ଅଭିଯୋଗ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁରରେ ବିଜେଡି କର୍ମୀ ବିଜେପି କର୍ମିଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁରରେ ଆଜି ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ,ମନ୍ତ୍ରୀ ପଦ୍ମନାଭ ବେହେରା ଓ ସୁଶାନ୍ତ ସିଂ ଆସିଥିଲେ । ଭଗବତୀ କଲ୍ୟାଣ ମଣ୍ଡପରେ କାର୍ଡ ବଣ୍ଟନ କରି ବାହାରିବା ସମୟରେ କିଛି ବିଜେପି କର୍ମୀ ମନ୍ତ୍ରୀ ଶୁଶାନ୍ତ ସିଂଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ବିଜେଡି କର୍ମୀ ଓ ବିଜେପି କର୍ମୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ବିଜେଡିର କର୍ମକର୍ତ୍ତାମାନେ ବିଜେପି ନଗର ସଭାପତି ଜଗତଜ୍ୟୋତି ତ୍ରିପାଠୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ସେହିପରି ଦୁଇ ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ସମଲେଇ ମନ୍ଦିର ଛକରେ ବିଜେଡି କର୍ମୀ ଆକ୍ରମଣ କରିଥିବା ସଦର ଥାନାରେ ଅଭିଯୋଗ ହୋଇଛି ।ଏହି ଘଟଣାରେ କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫାଟିଯାଇଥିବା ଅଭିଯୋଗ ହୋଇଛି । ଗଣତାନ୍ତ୍ରୀକ ପଦ୍ଧତ୍ତିରେ ବିରୋଧ କରିବା ସମୟରେ ବିଜେଡି କର୍ମୀଙ୍କ ଗୁଣ୍ଡା ଗର୍ଦ୍ଦିକୁ ଦୃଢ ନିନ୍ଦା କରିଛି ବିଜେପି । ତେବେ ଏଠି ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ ବିଜେପି କର୍ମୀମାନେ ଯେଉଁଭଳି ଅଣ୍ଡା ମାଡ଼ କଲେ ତାହା କଣ ଗଣତାନ୍ତ୍ରିକ ବିରୋଧ ।