ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ ଅଭିଯୋଗ

SHARE NOW :
ମୟୂରଭଞ୍ଜ (ଲାଇଭ ଓଡିଶା ନ୍ୟୁଜ) : ମନ୍ଦିର ପରିସରରେ ଅଣହିନ୍ଦୁଙ୍କ ପ୍ରବେଶକୁ ନେଇ ଅଭିଯୋଗ । ବାରିପଦାର ହରିବଳଦେବଙ୍କ ମନ୍ଦିର ପରିସରରେ ଅଣହିନ୍ଦୁଙ୍କ ପ୍ରବେଶକୁ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ହରିବଳଦେବ ମହାପ୍ରଭୁଙ୍କ ମନ୍ଦିରରେ ଅଣହିନ୍ଦଙ୍କୁ ବହୁ ପୁର୍ବକାଳରୁ ପ୍ରବେଶ ନିଷେଧ ରହିଥିବା ମନ୍ଦିରର ପୂଜକ ଦାବି ରଖିଛନ୍ତି। ସୂଚନା ଅନୁସାରେ ଜଣେ ଅଣ ହିନ୍ଦୁ ବ୍ୟକ୍ତି ହରିବଳଦେବ ଜୀଉଙ୍କ ମନ୍ଦିରରେ ପ୍ରବେଶ କରିଥିଲେ। ମନ୍ଦିର ମଧ୍ୟକୁ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ପରିଚୟ ନୁରୂଲ ଇସଲାମ ଜଣାପଡିଥିବା ବେଳେ ସେ ଏକ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ନୁରୂଲ ସାମାଜିକ ଗଣମାଧ୍ୟମରେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିବାର ଫୋଟ ଚିତ୍ର ମଧ୍ୟ ପ୍ରସାରିତ କରିଛନ୍ତି। ଏନେଇ ମନ୍ଦିର ସେବାୟତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ମନ୍ଦିର ପୂଜକ ସଂଘ ପକ୍ଷରୁ ସଭାପତି କାମେଶ୍ଵର ତ୍ରିପାଠୀଙ୍କ ଉପସ୍ଥିତରେ ବାରିପଦା ଟାଉନ ଥାନାରେ ଏତଲା ଦିଆଯାଇଛି। ଏହା ବ୍ୟତୀତ ସେବାୟତ ସଂଘ ପକ୍ଷରୁ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ୨୪ଘଣ୍ଟା ମଧ୍ୟରେ ଉଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ସେବାୟତ ସଂଘ ପକ୍ଷରୁ ଆଗମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ କହିଛନ୍ତି। ସେପଟେ ଏହି ଘଟଣାରେ ନୂରୁଲ ଇସଲାମଙ୍କ ପକ୍ଷରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସେ ବାରିପଦା ମାଟିରେ କେବେ ସେଭଳି ସାମ୍ପ୍ରଦାୟିକ ବିଭିନ୍ନତା ପାଇନାହାନ୍ତି ଓ ନିଜ କାମ କଲା ବେଳେ ବର୍ଷାରୁ ରକ୍ଷା ପାଇବା ଲାଗି ଯଦି ଜଗାର ଆଶ୍ରୟ ନେବା ଭୁଲ, ତେବେ ନିୟମ ଅନୁସାରେ କୌଣସି ଦଣ୍ଡ ଲାଗି ପ୍ରସ୍ତୁତ ବୋଲି କହିଛନ୍ତି। ବ୍ୟକ୍ତିଗତ ଭାବରେ ସେ ଭାରତର ସର୍ବଧର୍ମ ପ୍ରସଙ୍ଗକୁ ସମ୍ମାନ ଦିଅନ୍ତି। ତେବେ ଏହି ଘଟଣାକୁ ସାମ୍ପ୍ରଦାୟିକତାର ପ୍ରସଙ୍ଗ ନକରିବାକୁ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ଅନୁରୋଧ କରଛନ୍ତି।ବାଇଟ୍ ୨: ନୁରୂଲ ଇସଲାମ, ଅଣ ହିନ୍ଦୁ ବ୍ୟକ୍ତି
ନୁରୂଲ ଇସଲାମ, ଅଣହିନ୍ଦୁ ବ୍ୟକ୍ତି