FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କେନ୍ଦ୍ରାପଡା ପେଣ୍ଠରେ ଆୟୋଜିତ ହେବ ଇକୋ ରିଟ୍ରିଟ୍‌

କେନ୍ଦ୍ରାପଡା ପେଣ୍ଠରେ ଆୟୋଜିତ ହେବ ଇକୋ ରିଟ୍ରିଟ୍‌

କେନ୍ଦ୍ରାପଡା ପେଣ୍ଠରେ ଆୟୋଜିତ ହେବ ଇକୋ ରିଟ୍ରିଟ୍‌
SHARE NOW :

କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ଇକୋ ରିଟ୍ରିଟ୍ ମାନଚିତ୍ରରେ ଯୋଡ଼ିହେଲା ଆଉ ଏକ ଗନ୍ତବ୍ୟ ସ୍ଥଳ। କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠଠାରେ ଆୟୋଜନ ହେବ ଇକୋ ରିଟ୍ରିଟ । ଉତ୍ସବ ବିଷୟରେ ସୂଚନା ଦେଇ ଜିଲ୍ଲା ପର‌୍ୟ୍ୟଟନ ଅଧିକାରୀ କହିଛନ୍ତି, ଏହା ସାଢ଼େ ତିନି ମାସର କାର‌୍ୟ୍ୟକ୍ରମ। ନଭେମ୍ବର ୧୫ରୁ ଆରମ୍ଭ ହେବ।୧୫ଟି ବିଳାସପୂର୍ଣ୍ଣ ତମ୍ବୁ ପକାଯିବ। ସାଂସ୍କୃତିକ ତଥା ଖାଦ୍ୟ ମହୋତ୍ସବ, ଜଙ୍ଗଲରେ ଟ୍ରେକିଂ ମଧ୍ୟ ଆକର୍ଷଣୀୟ ହେବ ବୋଲି ସବ କଲେକ୍ଟର ନିରଞ୍ଜନ ବେହେରା କହିଛନ୍ତି। ଗତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ନିକଟସ୍ଥ ନଲିତାପାଟିଆ ଗ୍ରାମରେ ଏକ ତିନି ମାସର ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ଆୟୋଜନ କରାଯାଇଥିଲା। ଆବାସ ପାଇଁ ଅନଲାଇନ ବୁକିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜିଲ୍ଲା ପର‌୍ୟ୍ୟଟକ ଅଧିକାରୀ ହିମାଳୟ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ଶିବିରକୁ ସୁନ୍ଦର ଦେଖାଯାଉଥିବା ଗ୍ରୀଷ୍ମମଣ୍ଡଳୀୟ ଗଛ ଏବଂ ଝାଉଁ ଜଙ୍ଗଲ ଆବରଣ ସହିତ ସଂଯୁକ୍ତ। ଏଥିରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର କରିବାର ସମ୍ଭାବନା ରହିଛି। ଫଟୋ ପ୍ରଦର୍ଶନୀ, ଭିତରକନିକା, ଏହାର ସମୃଦ୍ଧ ଉଦ୍ଭିଦ ଏବଂ ଜୀବଜନ୍ତୁ ଉପରେ ଚଳଚ୍ଚିତ୍ରର ସେମିନାର ପ୍ରଦର୍ଶନୀ ହେବ। ସ୍ଥାନୀୟ ଲୋକଙ୍କ ଆୟରେ ଯୋଗ କରିବ ବୋଲି ରାଜନଗର ବିଧାୟକ ଧ୍ରୁବା ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Related Posts