FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସମ୍ପର୍କ ଜାଣେନି ପଇସାର ମୂଲ

ସମ୍ପର୍କ ଜାଣେନି ପଇସାର ମୂଲ

ସମ୍ପର୍କ ଜାଣେନି ପଇସାର ମୂଲ
SHARE NOW :

କଟକ(ଲାଇଭ ଓଡିଶା ନ୍ୟୁଜ): ଧନ ଉପାର୍ଜନ କରିବା ପ୍ରତ୍ୟକ ମଣିଷର ଜନ୍ମଜାତ ପ୍ରଭୃତି । ସଂପତ୍‌ି ପାଇଁ ଭାଇ ଭାଇକୁ ହତ୍ୟା କରିବା , ପୁଅ ବାମାକୁ ପର କରିଦେବାର ଘଟଣା ସମାଜରେ ଦେଖିବାକୁ ମିଳୁଥିବା ବେଳେ କଟକ ସୂତାହାଟର ମିନତୀ ପଟ୍ଟନାୟକ ଗଢିଛନ୍ତି ସଂପର୍କର ନୂଆ ପରିଭାଷା । ଏମିତି ଏକ ସଂପର୍କ ଯାହା ଆଗରେ ପଇସା ମୂଲ୍ୟହୀନ । ରକ୍ତ ସଂପର୍କ ନଥିଲେ ମଧ୍ୟ ରିକ୍ସାବାଲାଙ୍କ ସ୍ନେହ ଓ ଆନ୍ତରିକତା ପାଇଁ ତାଙ୍କ ନାଁରେ ଲେଖିଦେଇଛନ୍ତି ସେ ସବୁ ସଂପତ୍ତି । କଟକ ସୂତାହାଟରେ ଥିବା ତିନି ମହଲା କୋଠା ସହିତ ଅନ୍ୟାନ୍ୟ ସଂପତି ଯାହାର ମୂଲ୍ୟ ପ୍ରାୟ ୧କୋଟି ହେବ । ମିନତୀଙ୍କ ଏଭଳି ନିଷ୍ପତିରେ ତାଙ୍କ ସାନ ଭଉଣୀ ବିରୋଧ କରିଥିଲେ ମଧ୍ୟ ରିକ୍ସାବାଲାଙ୍କର ତାଙ୍କ ପ୍ରତି ଥିବା ସ୍ନେହ ଓ ଆଦର ପାଇଁ ସେ ହାର ମାନିଛନ୍ତି । କିଛି ସମୟର ଅନ୍ତରାଳେ ଭିତରେ ମିନତୀ୍‌ଭକ ଜୀବନରେ ଘଟିଯାଇଥିଲା ଦୁଇ ଦୁଇଟି ବଡ ଅଘଟଣ । ମଥାର ସିନ୍ଦୁର ଲିଭି ଯାଇଥିବା ବେଳେ କୋଳ ହୋଇଯାଇଥିଲା ଶୂନ୍ୟ । ଏକାକୀ କରି ଛାଡି ଚାଲିଯାଇଥିଲେ ସ୍ୱାମୀ ଓ ଝିଅ । ୬୩ ବର୍ଷୀୟ ମିନତୀଙ୍କ ଏହି ଅସମୟରେ ଦମ୍ଭର ପାଚେରି ସାଜିଥିଲେ ରିକ୍ସାବାଲା ବୁଢା । ସେତେବେଳେ ମିନତୀଙ୍କ ଅବସ୍ଥା ଶୋଚନୀୟ ଥିବା ବେଳେ ସାହାରା ପାଲଟିଥିଲେ ବୁଢା ସାମଲ । ମିନତୀଙ୍କୁ ଦୁନିଆଟା ଅନ୍ଧାର ଦିଶୁଥିବା ବେଳେ ବନ୍ଧୁବାନ୍ଧବ ମଧ୍ୟ ପଚାରିନଥିଲେ । ହେଲେ ତାଙ୍କୁ ସେ ସମୟରେ ଜଗି ରହିଥିଲେ ବୁଢା ସାମଲ ଓ ତାଙ୍କ ପରିବାର । । ୧୯୯୪ ମସିହାରେ ରିକ୍ସା ଟାଣୁଥିବା ବୁଢା ସାମଲଙ୍କ ସହ ଭେଟ ହୋଇଥିଲେ ମିନତୀ ପଟ୍ଟନାୟକ । ଦୀର୍ଘ ୨୫ବର୍ଷରୁ ମିନତୀଙ୍କ ସହ ଜଡିତ ଅଛିନ୍ତି ଏହି ରିକ୍ସାବାଲାଙ୍କ ପରିବାର । ଘରର ସବୁ ଛୋଟମୋଟଠୁ ଆରମ୍ଭ କରି ସମସ୍ତ କାମ କରି ଆସୁଥିଲେ ବୁଢା ସାମଲ । ରିକ୍ସାବାଲା ବୁଢା ସାମଲଙ୍କ ଏ ବଦନ୍ୟତା ପାଇଁ ମିନତୀଙ୍କ ସ୍ୱାମୀ ଓ ଝିଅ ବଞ୍ଚିଥିବା ବେଳେ ଏକ ସ୍ଥାୟୀ ଜାଗା କିଣି ସ୍ଥାୟୀ ବାସସ୍ଥାନ ଦେବେ ବୋଲି ଯୋଜନା କରିଥିଲେ । ତେବେ ସେହି ସ୍ୱପ୍ନକୁ ଆଜି ପୂରଣ କରିଛନ୍ତି ମିନତୀ ଦେବୀ । ୨୫ବର୍ଷ ହେଲା ବୁଢା ସାମଲ ମିନତୀଙ୍କ ସହ ସବୁ ଦୁଃଖ ସୁଖରେ ଭାଗୀଦାର ହୋଇ ଆସିଛନ୍ତି । କିନ୍ତୁ କେବେବି ସଂପତ୍ତି ପ୍ରତି ମୋହ ରଖିନାହାନ୍ତି । ତେବେ ବର୍ତ୍ତମାନ ଏହି ସେବା ବଦଳରେ ମିନତୀ ତାଙ୍‌କର ସବୁ ସଂପତ୍ତିକୁ ବୁଢା ସାମଲଙ୍କ ନାଁରେ କରିଦେବା ପରେ ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି । ଏହାସହ ମିନତୀ ତାଙ୍କ ଘରକୁ ବୁଢାସାମଲଙ୍କ ନାଁରେ କରିବା ସହ ଭୂମିହୀନ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅନ୍ୟମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ୨୭ ବର୍ଷ ତିଷ୍ଠି ରହିଥିବା ଏହି ସଂପର୍କ ଆଗକୁ ସୁଦୃଢ ରହିବ ବୋଲି ମିନତୀ ଓ ବୁଢା ସାମଲ କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts