- Home
- »
- Breaking News
- »
- ଯୋଡା ଯାଦବ ସମିତି ପକ୍ଷରୁ ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ
ଯୋଡା ଯାଦବ ସମିତି ପକ୍ଷରୁ ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ

SHARE NOW :
କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳ ଅନ୍ତର୍ଗତ ଆଜାଦବସ୍ତି ସ୍ଥିତ ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣ ସଭାଗୃହରେ ଯୋଡା ଯାଦବ ସମିତି ପକ୍ଷରୁ ଏକ ବାର୍ଷିକ ସମ୍ମିଳନୀ ସହ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ ଆୟୋଜିତ ଏହି ସଭାରେ ଜିଲ୍ଲା ଯାଦବ ସଂଙ୍ଗଠନର ସଭାପତି ପ୍ରଦୀପ କୁମାର ବାରିକ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ତଥା ପୌରାଞ୍ଚଳରୁ ଆସିଥିବା ଯାଦବ କାର୍ୟ୍ୟକର୍ତ୍ତା ଓ ଯାଦବ ଭାଇ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ଯାଦବ କୁଳ ଶିରୋମଣୀ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ବଳନ ପରେ ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ଯାଦବ ସମ୍ପ୍ରଦାୟର ଭବିଷ୍ୟତ ତଥା ସମାଜକୁ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିବା ବେଳେ ଦାରିଦ୍ର୍ୟତା ସୀମାରେଖା ତଳେ ଥିବା ଯାଦବ ପରିବାର ଗୁଡିକ ପ୍ରତି ସାହାଯ୍ୟର ହାତ ବଢାଇ ସେମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ବଚ୍ଛଳ ଏବଂ ସ୍ବାବଲମ୍ବୀ କରିବାକୁ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ଯୋଡା,ବଡବିଲ ମ୍ୟୁନସିପାଲଟି ଓ ଯୋଡା ବ୍ଲକର କାର୍ୟ୍ୟକାରୀ କମିଟି ଗଠନ କରାଯାଇଥିବା ବେଳେ ବରିଷ୍ଠ ଯାଦବ ନାଗରିକ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦୁଝର ଯାଦବ ମହାସଭାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ,ଭାଗବତ ଟୁଙ୍ଗିର ପ୍ରଚାର ପ୍ରସାରକ ଦଶରଥ ପ୍ରଧାନ, ଉପଦେଷ୍ଟା କ୍ଷେତ୍ରବାସୀ ମହାକୁଡ, ମିତ୍ରଭାନୁ ମହାକୁଡ (ଚମ୍ପୁଆ), ଯୋଡା,ବଡବିଲର ଉପଦେଷ୍ଟା ତ୍ରିଲୋଚନ ପଲେଇ,କାର୍ୟ୍ୟକାରୀ ସଭାପତି ସଞ୍ଜୀବ ପଲେଇ, ଆୟୋଜକ ପୁରୁଷୋତ୍ତମ ଦାସ, ଯୋଡ଼ା ପୌରାଞ୍ଚଳର ଯାଦବ ସଭାପତି ସୁଶାନ୍ତ ବାରିକ, ଯୋଡା ବ୍ଲକ ଯାଦବ ସଭାପତି ଦଶରଥ ବାରିକ, ଜିଲ୍ଲା ମହିଳା ଯାଦବ ସଭାପତି ଜେମାମଣୀ ମହାକୁଡ ସମେତ ଶତାଧିକ ଯାଦବ ଭାଇ ମାନେ ଉପସ୍ଥିତ ଥିଲେ।