- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ରାଜଧାନୀରୁ ପୁଣି ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ରାଜଧାନୀରୁ ପୁଣି ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜଧାନୀରେ ବଢିଚାଲିଛି ବ୍ରାଉନସୁଗାର କାରବାର । ପୋଲିସ ଏବଂ ପ୍ରଶାସନର କଡା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ମଧ୍ୟ ବେଧଡକ୍ ଚାଲିଛି ଧଳା ଜହର ବେପାର । ପୋଲିସ ଆଖିରେ ଧୁଳି ଦେବା ପାଇଁ ଅଭିଯୁକ୍ତମାନେ ଏବେ ନୂଆ ନୂଆ ଫର୍ମୁଲା ମଧ୍ୟ ବ୍ୟବହାର କରୁଛନ୍ତି । ତେବେ ଆଜି ଭୁବନେଶ୍ୱର ଏୟାରଫିଲ୍ଡ ଅଚଂଳରୁ ଜବତ ହୋଇଛି ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର । ଉକ୍ତ ମାମଲାରେ ହାଇଟେକ ସୁନ୍ଦରପଦା ଛକରୁ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଆନନ୍ଦ କୁମାର ନାମକ ଜଣେ ବ୍ୟକ୍ତି ବ୍ରାଉନ ସୁଗାର ବେପାର କରୁଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଅଭିଯୁକ୍ତ ନିକଟରୁ ୨୫୪ ଗ୍ରାମର ବ୍ରାଉନ୍ ସୁଗାର ସହ ନଗଦ ୭,୬୦୦ ଟଙ୍କା ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାର ମୂଲ୍ୟ ୨୫ଲକ୍ଷଟଙ୍କା ହେବା ନେଇ ଅନୁମାନ କରାଯାଉଛି । ଉତ୍ତର ପ୍ରଦେଶର ଏହି ଅପରାଧୀ ଭୁବନେଶ୍ୱରରେ ରହି ବ୍ରାଉନସୁଗାର କାରବାର ଚଳାଉଥିବା ପୋଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି । ଉକ୍ତ ଅଭିଯୁକ୍ତ ଜଣଙ୍କ କଲେଜ ପିଲାଙ୍କୁ ଟାର୍ଗେଟ କରି ବ୍ରାଉନସୁଗାର ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଚଲାଇଛି ।