FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଗଞ୍ଜେଇ ବେପାରୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କଲା ପୁଲିସ

ଗଞ୍ଜେଇ ବେପାରୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କଲା ପୁଲିସ

ଗଞ୍ଜେଇ ବେପାରୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କଲା ପୁଲିସ
SHARE NOW :

ଛେଣ୍ଡିପଦା (ଲାଇଭ ଓଡିଶା ନ୍ୟୁଜ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ଭୋର ୫ଟା ସମୟରେ ସାପୋଇନାଳ ଗାଁର ଚିତ୍ତରଞ୍ଜନ ସାହୁ (ପିଣ୍ଟୁ) ନାମକ ଜଣେ ଗଞ୍ଜେଇ ବେପାରୀଙ୍କ ଘରେ ଆଜି ଚଢ଼ାଉ କରି ଏହି ସବୁ ସମ୍ପତ୍ତି ଜବତ କରିଛି । ସୂଚନା ଅନୁସାରେ ପିଣ୍ଟୁ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ଗଞ୍ଜେଇ ବେପାର କରି ଆସୁଥିଲେ । ହେଲେ ଅତି ଚତୁରତାର ସହ ପୁଲିସକୁ ସେ ଚକମା ଦେଖାଇ ବେପାରରେ ସଫଳ ହେଉଥିଲେ । ତେବେ ଗତ ଜୁଲାଇ ମାସରେ ଗଞ୍ଜେଇ ବେପାରରେ ପିଣ୍ଟୁଙ୍କ ଆକାଉଣ୍ଟରେ ଟଙ୍କା ନେଣ ଦେଣ ହୋଇଥିବା ଯୋଗୁଁ ରାଜସ୍ଥାନ ପୁଲିସ ଅନୁଗୁଳର ପହଞ୍ଚି ପିଣ୍ଟୁକୁ ଖୋଜିଥିଲା । ହେଲେ ପୁଣି ଥରେ ପୁଲିସକୁ ଚକମା ଦେଖାଇ ପିଣ୍ଟୁ ଫେରାର ହୋଇ ଯାଇଥିଲା । ଆଉ ଏବେ ଯାଏ ମଧ୍ୟ ସେ ଫେରାର ରହିଛି । ତାକୁ ଧରିବାକୁ ଅନେକ ଥର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ପୁଲିସ ତାକୁ ଧରିବାରେ ବିଫଳ ହୋଇଛି । ତେବେ ଏହି ଗଞ୍ଜେଇ ବେପାର କରି ପିଣ୍ଟୁ ବେନାମୀ ସମ୍ପତ୍ତି ଠୁଳ କରିଥିବା ପୁଲିସ ଜାଣିବାକୁ ପାଇଥିଲା । ଏଥିପାଇଁ ଆଜି ମାଜିଷ୍ଟ୍ରେଟ ଡାନିଏଲ୍ ଏକ୍କା,ଛେଣ୍ଡିପଦା ଥାନା ପୋଲିସ,ଶଶସ୍ତ୍ର ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଅନୁଗୁଳ ଝଊଚଙ ଭବାନୀ ଶଙ୍କର ଉଦଗାତା ଙ୍କ ନେତୃତ୍ୱରେ ପିଣ୍ଟୁ ଘରେ ପୁଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଘରୁ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା ସହ ପ୍ରାୟ ୬ ଟି ପାସ ବୁକ ଜବତ କରାଯାଇଛି । ଜବତ ପାସବୁକ ଗୁଡିକ ଯେଉଁ ବ୍ୟାଙ୍କର ସେହି ବ୍ୟାଙ୍କକୁ ଯାଇ ପୁଲିସ ଛାନଭିନ କରୁଛି । ଏହା ସହ ପିଣ୍ଟୁର ଥିବା ଘର , ସୁନା , ଏକ ଟ୍ରାକ୍ଟର , ଧାନ ଅମଳ ଯନ୍ତ୍ର , ମିନି ଟ୍ରକ , ଏକ ଦାମି କାର, ଏକ ହୁଣ୍ଡା ୟୁନିକନ ମୋଟରସାଇକେଲ,ଏକ ହୋଣ୍ଡା ଆକ୍ଟିଭା, ଟେଣ୍ଟ ହାଉସ ସାମଗ୍ରୀ, ଡିଜେ ମେସିନ୍,ସାଉଣ୍ଡ ବକ୍ସ, ୩ଟି ଜେନେରେଟର୍ ସମେତ , ଜମି ପଟା ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଜବତ କରାଯାଇଛି । ଜବତ ସମ୍ପତ୍ତିର ମୂଲ୍ୟ ଆନୁମାନିକ ୨ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏ ନେଇ କ୍ୟାମେରା ଆଗରେ ପୁଲିସ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ପିଣ୍ଟୁ ରାଜସ୍ଥାନ ପୋଲିସର ଗୋଟିଏ ଗଞ୍ଜେଇ ମାମଲାରେ ଅଭିଯୁକ୍ତ ଥିବା ବେଳେ ଛେଣ୍ଡିପଦା ଥାନାରେ ତା ନାମରେ ଦୁଇଟି ଗଞ୍ଜେଇ ମାମଲା ରହିଛି । ତେବେ ଦୀର୍ଘ ଦିନ ହେବ ପିଣ୍ଟୁ ଗଞ୍ଜେଇ ବ୍ୟବସାୟ ଚଳାଉ ଥିବା ବେଳେ ପୋଲିସ ବିଳମ୍ବରେ କାର‌୍ୟାନୁଷ୍ଠାନକୁନେଇ ବୁଦ୍ଧିଜୀବୀ ମାନେ କ୍ଷୋଭପ୍ରକାଶକରିବା ସହିତ ପୋଲିସର କାର‌୍ୟ୍ୟାନୁଷ୍ଠାନକୁସ୍ବାଗତକରିଛନ୍ତି । ସମ୍ପୁର୍ଣ୍ଣ ତଦନ୍ତ ସରିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଝଊଚଙ କହିଛନ୍ତି । ଏହି ଚଢାଉ ଛେଣ୍ଡିପଦା ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *

Related Posts