FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପାଇପରୁ ପାଣି ନେବାପାଇଁ ବଚସା,ପରେ ହଣାକଟା

ପାଇପରୁ ପାଣି ନେବାପାଇଁ ବଚସା,ପରେ ହଣାକଟା

ପାଇପରୁ ପାଣି ନେବାପାଇଁ ବଚସା,ପରେ ହଣାକଟା
SHARE NOW :

କେନ୍ଦୁଝର(ଦିଗାମ୍ବର ବେହେରା/ ଲାଇଭ ଓଡିଶା ନ୍ୟୁଜ) : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଉପର ହୁଡ଼ିସାହି ଠାରେ ହଣାକଟା ଘଟଣା ଘଟିଛି । ଏହାକୁ ନେଇ ଶତାଧିକ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି । ଘଟଣା ସମ୍ପର୍କରେ ମହିଳାମାନେ କହିଛନ୍ତି ଯେ,ହୁଡିସାହି ଠାରେ ରହୁଥିବା ଦୁର୍ଗା ରାମଙ୍କ ପରିବାରବର୍ଗ ସଙ୍ଘବଦ୍ଧ ହୋଇ ସାହିର ରାଜେନ ମହାକୁଡ଼ ଓ ତ୍ରିନାଥ ମହାକୁଡ଼ଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଦେଇଥିଲେ। ପୋଲିସ ଖବର ପାଇ ଆହତଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏ ନେଇ ହୁଡ଼ିସାହି ବସ୍ତିର ମହିଳାମାନେ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

ଘଟଣା ସମ୍ପର୍କରେ ପଚାରିବାରୁ ମହିଳାମାନେ କହିଛନ୍ତି ଯେ,ଶନିବାର ପାଣି ନେବା ସ୍ଥାନରେ ଦୁର୍ଗା ରାମଙ୍କ ପରିବାର ଲୋକେ ବସ୍ତିବାସିନ୍ଦାଙ୍କୁ ଅଶାଳୀନ ମନ୍ତବ୍ୟ ମାନ ଦେଇଥିଲେ । ଏହି ବିବାଦରୁ ଘଟଣାଟି ହଣାକଟା ପର୍ଯ୍ୟନ୍ତ ପହଞ୍ଚିଥିଲା । ଏ ନେଇ ଯୋଡ଼ା ଥାନା ଏସଆଇ ସମ୍ଭୁ ନାଏକ କହିଛନ୍ତି ଯେ,ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *

Related Posts