FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପଞ୍ଚମ ଦିନରେ ପୁଣି ବନ୍ଦହେଲା ବିଧାନସଭା

ପଞ୍ଚମ ଦିନରେ ପୁଣି ବନ୍ଦହେଲା ବିଧାନସଭା

ପଞ୍ଚମ ଦିନରେ ପୁଣି ବନ୍ଦହେଲା ବିଧାନସଭା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ବ୍ୟୁରୋ): ଦୁଇ ଦିନର ବିରତି ପରେ ଆଜି ବିଧାନସଭା ସ୍ବାଭାବିକ ହେବ କି ନାହିଁ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା । ବିରୋଧୀ ଅସହଯୋଗ କରୁଥିବାରୁ ଗୃହରେ ଅଚଳାବସ୍ଥା ଜାରି ରହିଛି । ବିଜେପି ଓ କଂଗ୍ରେସ ଏକ ହୋଇ ଗୃହରେ ଅଭିନବ ଉପାୟରେ ହଟଗୋଳ କରୁଥିବାରୁ ଗୃହକୁ ବାରମ୍ବାର ମୁଲତବୀ କରୁଛନ୍ତି ବାଚସ୍ପତି । ତେବେ ଆଜି ମଧ୍ୟ ଅପରାହ୍ନ ୪ ଟା ଯାଙ୍କେ ଗୃହ ମୁଲତବି କରାଯାଇଛି । ମନ୍ତ୍ରୀ ଙ୍କ ବହିଷ୍କାର ଦାବି ନେଇ ବିଧାନସଭା ଘେରାଉ କରିଛନ୍ତି ବିରୋଧୀ । ଯାହା ଫଳରେ ଆଜି ପଞ୍ଚମ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା । ଆରମ୍ଭରୁ ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ମମିତା ମେହେର ହତ୍ୟା ଘଟଣାକୁ ନେଇ ବିରୋଧୀମାନେ ହଟ୍ଟଗୋଳ କରୁଛନ୍ତି । ଆଜି ବି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିରୋଧୀ ହୋହାଲ୍ଲା କରିଛନ୍ତି । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଡିସେମ୍ବର ୧ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ୪ ଦିନରେ ମାତ୍ର ୫୨ ମିନିଟ ଚାଲିଛି ଗୃହ କାର‌୍ୟ୍ୟ । ବିରୋଧୀ ନୂଆ ନୂଆ ତରିକାରେ ପ୍ରତିବାଦ କରିବା ଆରମ୍ଭ କରିଦେଇଛନ୍ତି । ଆଜି ବିଧାନସଭାରେ ଗୃହ, ଅର୍ଥ, ସ୍ବାସ୍ଥ୍ୟ, ଅବକାରୀ ବିଭାଗ ସହିତ ସାଧାରଣ ପ୍ରଶାସନ, ଖଣି ଓ ଓ୍ବାର୍କସ ଡିପାର୍ଟମେଣ୍ଟର ଭଳି ଗୁରୁତ୍ୱପୂର୍ଣ୍ମ ବିଭାଗ ଉପରେ ଆଲୋଚନା ହେବାର ଥିଲା । ହେଲେ ବିରୋଧୀ ଙ୍କ ଏହି ହଟ୍ଟଗୋଳ ପାଇଁ ଆଜି ମଧ୍ୟ ବିଧାନସଭାରେ ରୋକ ଲାଗିଛି ।

Leave a Reply

Your email address will not be published. Required fields are marked *

Related Posts