FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ ହେଲା ବିଧାନସଭାର ଶୀତକାଳିନ ଅଧିବେଶନ

ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ ହେଲା ବିଧାନସଭାର ଶୀତକାଳିନ ଅଧିବେଶନ

ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ ହେଲା ବିଧାନସଭାର ଶୀତକାଳିନ ଅଧିବେଶନ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ବ୍ୟୁରୋ):ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ ହେଲା ବିଧାନସଭା । ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି । ବାରମ୍ବାର ବିରୋଧୀଙ୍କ ହଟଗୋଳ ପାଇଁ ୯ ଦିନ ମଧ୍ୟରେ ଗୋଟିଏ ଦିନ ବି ସ୍ୱଭାବିକ ଭାବରେ ଚାଲି ପାରିଲାନି ବିଧାନସଭାର ଶୀତକାଳୀନ ଅଧୀବେସନ । ଏହାରି ଭିତରେ ବିଧାନସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ । ହଟ୍ଟଗୋଳ ପରେ ମଧ୍ୟ ବ୍ୟୟ ମଞ୍ଜୁର ବିଲ୍ ପାରିତ ହୋଇଥିଲା । ୧୯ ହଜାର ୮୩୩ କୋଟି ଟଙ୍କାର ବଜେଟି କୁ ମଧ୍ୟ ଅନୁମୋଦନ ମିଳିଥିଲା ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡିଅମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ସାଧାରଣ, ସାମାଜିକ ଓ ରାଜସ୍ୱ କ୍ଷେତ୍ରର ରିପୋର୍ଟ ଉପସ୍ଥାପିତ ।ଡିସେମ୍ବର ୩୦ ରେ ସମାପ୍ତ ହେବାକୁ ଥିବା ଶୀତ ଅଧୀବେଶନ ମାତ୍ର ୯ ଦିନରେ ସମାପ୍ତ । ୯ ଦିନ ମଧ୍ୟରେ କେବଳ ୨ ଘଣ୍ଟା ଚାଲିଛି ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଏବଂ ବାରମ୍ବାର ବିଶୃଙ୍ଖଳା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ମିଶ୍ର ଗୃଦକୁ ଅନିର୍ଦ୍ଦଷ୍ଟ କାଳ ପାଇଁ ବନ୍ଦ କରିବା ପାଇଁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts