FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜିଠୁ ବିଧାନସଭା ଶୀତ ଅଧିବେଶନ: ମମିତା ପ୍ରସଙ୍ଗରେ ହୁଲୁସ୍ତୁଲ୍ ହେବ ଗୃହ

ଆଜିଠୁ ବିଧାନସଭା ଶୀତ ଅଧିବେଶନ: ମମିତା ପ୍ରସଙ୍ଗରେ ହୁଲୁସ୍ତୁଲ୍ ହେବ ଗୃହ

ଆଜିଠୁ ବିଧାନସଭା ଶୀତ ଅଧିବେଶନ: ମମିତା ପ୍ରସଙ୍ଗରେ ହୁଲୁସ୍ତୁଲ୍ ହେବ ଗୃହ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ । ବିଶଷ କରି ମମିତା ମେହେର ହତ୍ୟା ମାମଲାରେ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ସରକାରଙ୍କୁ ଘେରିବାକୁ ଉଭୟ ବିଜେପି ଓ କଂଗ୍ରେସ ରଣନୀତି କରିଛନ୍ତି । ଏହାସହିତ ଦରଦାମ ବୃଦ୍ଧି,କେନ୍ଦ୍ରୀୟ ଅବହେଳା ଓ ସ୍ୱାମୀନାଥନ୍ କମିଟି ସୁପାରିଶ ଲାଗୁ ଆଦିକୁ ଉଠାଇବାକୁ ଶାସକ ବିଜେଡି ରଣନୀତି କରିଛି। ଶୀତ ଅଧିବେଶନ ଆରମ୍ଭ ହେଉଥିବାବେଳେ ପ୍ରଥମଦିନରେ ଦିବଂଗତଙ୍କ ସମ୍ମାନରେ ଶୋକପ୍ରସ୍ତାବ ଆଗତ ଓ ପାରିତ ହେବା ସହ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିବା ବିଲ୍ ସମ୍ପର୍କରେ ଗୃହକୁ ଅବଗତ କରାଯିବ ଏବଂ ଅପରାହ୍ନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ। ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ ଓ ରାମରାୟ ମୁଣ୍ଡାଙ୍କ ସମେତ ସିପାହୀ ସୀତାରାମ ମୁର୍ମୁ ଏବଂ ସମସ୍ତ କରୋନା ଯୋଦ୍ଧାଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଆସିବ। ସରକାରଙ୍କୁ ଘେରିବାକୁ ଉଭୟ ବିଜେପି ଓ କଂଗ୍ରେସ ରଣନୀତି କରିଛନ୍ତି । ବିଜେପି ମମିତା ହତ୍ୟା ମାମଲା ସହ ବିପର‌୍ୟ୍ୟସ୍ତ ଆଇନ ଶୃଙ୍ଖଳା, ଧାନମଣ୍ଡିରେ ଅବ୍ୟବସ୍ଥା, ଆବାସ ଯୋଜନା ଦୁର୍ନୀତି ସହ ବିପର‌୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ ବିଧାନସଭରେ ଉଠାଇ ସରକାରଙ୍କୁ ଜବାବ ମାଗିବାକୁ ରଣନୀତି କରିଛି । ସେହିପରି କଂଗ୍ରେସ ବି ଗୃହରେ ଉଠାଇବ ମମିତା ପ୍ରସଙ୍ଗ । ଏହି ମାମଲାରେ ସରକାରଙ୍କୁ ଅଡୁଆରେ ପକାଇବା ସହ ବିପର‌୍ୟ୍ୟସ୍ତ ସ୍ୱାସ୍ଥ୍ୟ, ଶିକ୍ଷା, ଧାନମଣ୍ଡି ଅବ୍ୟବସ୍ଥା ଆଜି ପ୍ରସଙ୍ଗ ଉଠାଇବ ବୋଲି ବିଧାୟକ ଦଳ ବୈଠକରେ ରଣନୀତି କରିଛି । । ତେଣୁ ଆରମ୍ଭରୁ ବିଧାନସଭାର ଶୀତ ଅଧିବେଶନ ସରଗରମ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts