FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଯୋଡ଼ା ପୌରପାଳିକା ପକ୍ଷରୁ ୩ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ୮ଟି ପ୍ରକଳ୍ପର ଶିଳାନ୍ୟାସ

ଯୋଡ଼ା ପୌରପାଳିକା ପକ୍ଷରୁ ୩ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ୮ଟି ପ୍ରକଳ୍ପର ଶିଳାନ୍ୟାସ

ଯୋଡ଼ା ପୌରପାଳିକା ପକ୍ଷରୁ ୩ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ୮ଟି ପ୍ରକଳ୍ପର ଶିଳାନ୍ୟାସ
SHARE NOW :

କେନ୍ଦୁଝର(ନୀଳୀଚଳ ଲାଇଭ ଓଡିଶା ): ରାଜ୍ୟ ସରକାର ସବୁ ସମୟରେ ସବୁ ପରିସ୍ଥିତିରେ ଲୋକଙ୍କ ସହିତ ରହିବାକୁ ଚେଷ୍ଟା କରୁଥିବାବେଳେ ସମୟେ ସମୟେ ଐତିହାସିକ ନିଷ୍ପତି ନେବାକୁ ପଛଘୁଞ୍ଛା ଦିଅନ୍ତି ନାହିଁ । ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାର ଶୁଭାରମ୍ଭ କରିଥିବାବେଳେ ଏହି ଯୋଜନା ମାଧ୍ୟମରେ ଯୋଡ଼ା ପୌରପାଳିକାକୁ ସାମିଲ କରାଯାଇଥିବା ଜଣାପଡିଛି । ଏହି ଯୋଜନା ମାଧ୍ୟମରେ ଯୋଡ଼ା ପୌରପାଳିକାର ୧୪ ଗୋଟି ୱାର୍ଡର ରାସ୍ତା ପାନୀୟଜଳ ଇତ୍ୟାଦିର ଉନ୍ନତି କରଣ ନିମନ୍ତେ ଦୁଇ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାପଡ଼ିଛି । ଯୋଡ଼ା ପୌରପାଳିକାର ପୌରାଧିକାରୀ ବିଚିତ୍ରାନନ୍ଦ ନାଏକ ଉକ୍ତ ଅର୍ଥକୁ ପ୍ରତ୍ୟେକ ୱାର୍ଡର ଉନ୍ନତି କରଣ ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ସକାଳ ୧୧ ଘଟିକା ସମୟରେ ଯୋଡ଼ା ପୌରପଳିକାର ପୌରାଧିକାରୀ ଙ୍କ ନେତୃତ୍ୱରେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ କର କମଳରେ ସମସ୍ତ ୱାର୍ଡ ମାନଙ୍କରେ ପ୍ରକଳ୍ପ ଗୁଡିକୁ ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ସମ୍ପାଦକ ବାବୁଲାଲ ସାହୁ, ବିଜେଡ଼ି ଜିଲ୍ଲା ଉପସଭାପତି ରବୀନ୍ଦ୍ର କୁମାର ଦାସ , ବିଜେଡି ସଂଗଠକ ସୁଶାନ୍ତ କୁମାର ବାରିକ , ପୂର୍ବତନ କାଉନସିଲର ଜିତେନ୍ଦ୍ର କୁମାର ଜୟସ୍ୱାଲ ଓ ଶହ ଶହ ମହିଳା ପୁରୁଷ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Related Posts