FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ବତକ ଚାଷ ସମ୍ପର୍କିତ ପ୍ରଶିକ୍ଷଣ

ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ବତକ ଚାଷ ସମ୍ପର୍କିତ ପ୍ରଶିକ୍ଷଣ

ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ବତକ ଚାଷ ସମ୍ପର୍କିତ ପ୍ରଶିକ୍ଷଣ
SHARE NOW :

କେନ୍ଦୁଝର(ଲାଇଭ୍ ଓଡ଼ିଶା ନ୍ୟୁଜ୍ / ଦିଗାମ୍ବର ବେହେରା): ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ତଥା ସେମାନଙ୍କ ମଧ୍ୟରେ ବତକ ଚାଷର ପ୍ରସାର ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ଯୋଡ଼ା କାର୍ଯ୍ୟାଳୟ ଠାରେ ‘ବତକଚାଷ’ ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଅଧିବେସନର ଆୟୋଜନ କରାଯାଇଥିଲା ।
ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଯଥା ବିଚ୍ଚାକୁଣ୍ଡି, ଜଳହରି, କୋଲରୋଇଡ଼ା, କ୍ୟାମ୍ପ ହଟିଂ, ଗୁରୁଡ଼ା ଓ ଖଣ୍ଡବନ୍ଧରୁ ପ୍ରାୟ ୨୪ଜଣ ମହିଳା ଏହି ଅଧିବେସନରେ ଅଂଶଗ୍ରହଣ କରିଥିଲେ । ଏଙ୍ଖାରେ ସେମାନଙ୍କୁ ଜୀବିକା ପାଇଁ ଆୟ ଉପାର୍ଜନର ଏକ ମାଧ୍ୟମ ଓ ଉଦ୍ୟୋଗ ରୂପେ ବତକ ଚାଷର ଗୁରୁତ୍ୱ, ବତକଙ୍କ ପାଇଁ ଆବଶ୍ୟକ ଚାଳ ଘରର ନିର୍ମାଣ, ଖାଦ୍ୟ ସାମଗ୍ରୀ, ଖାଦ୍ୟ ଯୋଗାଣ ଉପକରଣ, ଖାଦ୍ୟ ଦେବା ସମୟ ଭଳି ବତକ ଚାଷ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ସୂଚନା ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Related Posts