FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସ୍ଥାୟୀ ନିଯୁକ୍ତି ନିମନ୍ତେ ଆୟୁଷ ଡାକ୍ତରଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସ୍ଥାୟୀ ନିଯୁକ୍ତି ନିମନ୍ତେ ଆୟୁଷ ଡାକ୍ତରଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସ୍ଥାୟୀ ନିଯୁକ୍ତି ନିମନ୍ତେ ଆୟୁଷ ଡାକ୍ତରଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
SHARE NOW :

ମୟୁରଭଞ୍ଜ ,୨୮.୯ (ଲାଇଭ୍ ଓଡିଶା ନ୍ୟୁଜ୍‌/ ସତ୍ୟଜିତ କଲିଆ): ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନକଲା ଆୟୁଷ ଡାକ୍ତର ସଂଘ । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ପିଏଚସି ଓ ସିଏଚସି ଆଦିରେ ଗତ ୧୪ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ କରିବା ପାଇଁ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।
ତେବେ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ଗହଣ କରାନଗଲେ ଆଗମୀ ଦିନରେ ସ୍ୱାସ୍ଥ ସେବାରେ ଅସହଯୋଗ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟକର୍ମୀମାନେ ।
ତେବେ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ଦାବି ପୂରଣ ପାଇଁ କହିଛି ସଂଘ । ଏପରି ନହେଲେ ଗାନ୍ଧୀ ଜୟନ୍ତୀ ଠାରୁ ଡାକ୍ତରମାନେ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ଓଡିଶା ଆୟୁଷ ଡାକ୍ତର ସଂଘର ମୟୁରଭଞ୍ଜ ଜିଲ୍ଲା ସଭାପତି ଡ଼ଃ ଶ୍ରୀକାନ୍ତ ପୁଥାଳ ପ୍ରେସ ବିବୃତ୍ତି ଯୋଗେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Related Posts