ବାବା ନୀଳକଣ୍ଠେଶ୍ଵରଙ୍କ ରାହାସ ଉତ୍ସବ

SHARE NOW :
କେନ୍ଦ୍ରାପଡା (ଲାଇଭ ଓଡିଶା ନ୍ୟୁଜ୍): ମାର୍ଶାଘାଇ ବ୍ଲକର ପ୍ରସିଦ୍ଧ ତାଳସଙ୍ଗା ବାବା ନୀଳକଣ୍ଠେଶ୍ଵର ଙ୍କ ୪୧ତମ ବାର୍ଷିକ ରାହାସ ଉତ୍ସବ ୫ଦିନ ଧରି ଅନୁଷ୍ଠିତ ହେଉଅଛି ! ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଦିବସରେ ବାବା ନୀଳକଣ୍ଠ ମହାପୁରୁଷଙ୍କ ବାର୍ଷିକ ଉତ୍ସଵରେ ଶତାଧିକ ଶ୍ରଦ୍ଧାଳୁ ପବିତ୍ର ଚିତ୍ରୋପ୍ତଳା ନଦୀରେ ସାନ୍ନ ସାରି ବାବା ଙ୍କ ପୀଠରେ ପୂଜା ଅର୍ଚ୍ଚନା ସାରି ଆଶ୍ରିବାଦ ଭିକ୍ଷା କରିଥାନ୍ତି ! ମଙ୍ଗଳବାର ରାହାସ କମିଟର ସଦସ୍ୟ ମାନଙ୍କ ଦ୍ଵାରା କଳସ ଶୋଭା ଯାତ୍ରା କରାଯାଇ କଳସ ପୂଜା ଗୋ ପୂଜା ସ୍ୱର୍ୟ୍ୟପୂଜା ଆଦି ଦେବ ମଙ୍ଗୁଳିକ ପୂଜା କରାଯିବା ପରେ ବିଶ୍ୱ ଶାନ୍ତି ଯଜ୍ଞ କରାଯାଇ ନୂତନ ରାଧାକ୍ରିଷ୍ଣାଙ୍କ ମନ୍ଦିରରେ ମୂର୍ତ୍ତି ସ୍ଥାପନ କରାଯାଇଥିଲା ! ଏହି କାର୍ୟ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଶିଷ୍ଟ ପଣ୍ଡିତଙ୍କ ସମେତ କମିଟର ସଦସ୍ୟ ଛବିଳ ସାହୁ ,କବିନ୍ଦ୍ର ନାଥ ଓଝା ,ସଞ୍ଜୟ ରାଉତ ଦୀପକ ବେହେରା, ବିଭ୍ରାନ୍ତ ଦଳାଇ ,ତୃଷାର ବାରିକ ଙ୍କ ଭଳି ଆଗଧାଡିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନଙ୍କ ସହିଯୋଗ ରେ ଏ ମୋହାନ କାର୍ୟ୍ୟ ହୋଇଥିଲା ,,,